34.1 C
Bhubaneswar
Friday, March 29, 2024
Homeଓଡିଶାଏସ୍‌ଆଇଏଚ୍‌ଏମ୍ ର ୧୬ତମ ବାର୍ଷୀକତ୍ସୋବ : ନିଯୁକ୍ତି ଯୋଗାଉଛି ବଲାଙ୍ଗିର ହୋଟେଲ ମେନେଜମେଣ୍ଟ ଇନଷ୍ଟିଟ୍ୟୁଟ୍

ଏସ୍‌ଆଇଏଚ୍‌ଏମ୍ ର ୧୬ତମ ବାର୍ଷୀକତ୍ସୋବ : ନିଯୁକ୍ତି ଯୋଗାଉଛି ବଲାଙ୍ଗିର ହୋଟେଲ ମେନେଜମେଣ୍ଟ ଇନଷ୍ଟିଟ୍ୟୁଟ୍

ବଲାଙ୍ଗୀର,- ବଲାଙ୍ଗିର ଟିଟିଲାଗଡ ରୋଡ ସ୍ଥିତ ଷ୍ଟେଟ୍ ଇନଷ୍ଟିଟ୍ୟୁଟ୍ ଅଫ ହୋଟେଲ ମେନେଜମେଣ୍ଟ ତାର ୧୬ ବର୍ଷ ପୁର୍ତ୍ତି କରିଛି । ସାରା ରାଜ୍ୟ ରେ ଭୁବନେଶ୍ୱର ସ୍ଥିତ ଇନଷ୍ଟିଟ୍ୟୁଟ୍ କୁ ଛାଡିଦେଲେ ଏହି ରକମର ଏହା ମାତ୍ର ଦ୍ୱିତିୟ ଇନଷ୍ଟିଟ୍ୟୁଟ୍ । ଯାହା ସଫଳତା ର ସହ ଏହାର ଅନେକ ଛାତ୍ର ଛାତ୍ରିଙ୍କୁ ସାରା ଦେଶରେ ନିଯୁକ୍ତି ଦେଇ ପାରିଛି । ତେଣୁ ସାରା ରାଜ୍ୟ ତଥା ଆଖ ପାଖ ରାଜ୍ୟରେ ଏହି ଇନଷ୍ଟିଟ୍ୟୁଟ୍ ର ବେଶ ପ୍ରସିଦ୍ଧି ରହିଛି । ଏସବୁ ଅଞ୍ଚଳର ଛାତ୍ରଛାତ୍ରି ଏହା ଉପରେ ନିର୍ଭର କରନ୍ତି । ୨୦୦୩-୦୪ ରୁ ଆରମ୍ଭ ହୋଇଥିବା ଏହି ହୋଟଲ ମେନେଜମେଣ୍ଟ ଇନଷ୍ଟିଟ୍ୟୁଟ୍ ଆଜି ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ମହା ଆଡମ୍ବରରେ ତାହାର୧୬ତମ ବାର୍ଷୀକ ଉତ୍ସବ ପାଳିତ କରିଛି ।

କାର୍ଯ୍ୟକ୍ରମ ଆରମ୍ଭରୁ ଛାତ୍ର ପ୍ରତିନିଧୀ ହିମାଂଶୀ ଚୌହାନ ସ୍ୱାଗତ ଅଭିଭାଷଣ ଦେଇଥିଲେ । ପରେ ପରେ ଅଧ୍ୟକ୍ଷ ସୁରେଶ କୁମାର ଏକନାଥ ଇନଷ୍ଟିଟ୍ୟୁଟ୍ ର ବାର୍ଷିକ ବୀବରଣୀ ପଢିବା ସହ ଏହାର ଗୌରବ ମୟ ଇତିହାସ ଉପରେ ଆଲୋକପାତ କରିଥିଲେ । ିବଲାଙ୍ଗିର ଇନଷ୍ଟିଟ୍ୟୁଟ୍ ଲାଗ ଲାଗ ୩ ବର୍ଷ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧୀକାର କରି ଜିଲ୍ଲା ତଥା ରାଜ୍ୟର ନାଁ କରିଥିବା ମଧ୍ୟ ପ୍ରକାଶ କରିଥିଲେ । ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଯୋଗଦାନ କରି ସମସ୍ତ ପ୍ରତି÷ଯୋଗୀଙ୍କୁ ସମ୍ମାନୀତ କରିବା ସହ ବିଦ୍ୟାର୍ଥୀଙ୍କ କଳା ପ୍ରଦର୍ଶନକୁ ଭୁରି ଭୁରି ପ୍ରଶଂସା କରିଥିଲେ । ତାଛଡା ଏହି ଇନଷ୍ଟିଟ୍ୟୁଟ୍ ବଲାଙ୍ଗିର ପାଇଁ ବହୁ ଗୌରବ ଆଣିଦେଇଥିବା ବେଳେ, ଏ ଅଞ୍ଚଳ ର ବେକାର ଯୁବକ ଯୁବତି ମାନଙ୍କ ପାଇଁ ରୋଜଗାର ର ପନ୍ଥା ସୃଷ୍ଟି କରୁଥିବା ପ୍ରକାଶ କରିଥିଲେ । ତେବେ ଇନଷ୍ଟିଟ୍ୟୁଟ୍ ର ସମସ୍ତ ଦାବୀ ଗୁଡିକ ଯଥା ଶିଘ୍ର ପୁରଣ କରିବା ନେଇ ପ୍ରତିଶୃତି ଦେଇଥିଲେ । ସେହିପରି ଭୁବନେଶ୍ୱର ସ୍ଥିତ ଅମ୍ରପାଲି ରିର୍ସଟ ର ଅଶ୍ୱିନୀ ମହାପାତ୍ର ସମ୍ମାନୀତ ଅତିଥି ରୁପେ ଯୋଗଦେଇ ଛାତ୍ରଛାତ୍ରିଙ୍କୁ ଉଜ୍ୱଳ ଭବିଶ୍ୟତକୁ ନେଇ ସ୍ୱପ୍ନ ଦେଖିବା ଓ ତାହାକୁ ସାକାର କରିବା ଦିଗରେ ପ୍ରାଣ ପଣେ ଉଦ୍ୟମ କରିବା ବିଷୟରେ ଉପଦେଶ ଦେଇଥିଲେ । ଉଚିତ ଦିଗରେ ପରିଶ୍ରମ କଲେ ସମସ୍ତ ସ୍ୱପ୍ନ ସାକାର ହୁଏ ବୋଲି କହି ସେ ନିଜ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ସଫଳତା ପାଇଥିବା ଉଦାହରଣ ଦେଇଥିଲେ । ରାଜେନ୍ଦ୍ର ୟୁନିଭର୍ସିଟିର ଅଧ୍ୟକ୍ଷ ବିନୟ ଜେନା ମୁଖ୍ୟବକ୍ତା ରୁପେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ପାରମ୍ପାରିକ ଶିକ୍ଷା ପଦ୍ଧତିରେ ଚାକିରି ର ସ୍ୱଳ୍ପତା ଉପରେ ଚିନ୍ତା ପ୍ରକଟ କରିଥିଲେ । ତେବେ ଏଭଳି ଅବସ୍ଥାରେ ଅଣପାରମ୍ପାରିକ ତଥା ଅଦ୍ୟୋଗିକ ଶିକ୍ଷା ଜିଲ୍ଲା ରେ ବେକାର ଯୂବକ ଯୁବତିଙ୍କ ପାଇଁ ନିଯୁକ୍ତିର ମାଧ୍ୟମ ହେବ ବୋଲି ଆଶା ପ୍ରକଟ କରିଥିଲେ । ଶେଷରେ ପ୍ରଧ୍ୟାପକ ମମତା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ଓ ଅଭିବାବକ ମାନେ ଇନଷ୍ଟିଟ୍ୟୁଟ୍ ର ଛାତ୍ରଛାତ୍ରିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସ୍ୱାଦିଷ୍ଟ ରାତ୍ରିଭୋଜର ବେଶ ମଜା ଉଠାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking