37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶ'ବିଶ୍ୱ ଗୋଲାପ ଦିବସ'ର ତାତ୍ପର୍ଯ୍ୟ

‘ବିଶ୍ୱ ଗୋଲାପ ଦିବସ’ର ତାତ୍ପର୍ଯ୍ୟ

ନୂଆଦିଲ୍ଲୀ : ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୨ ତାରିଖକୁ ବିଶ୍ୱ ଗୋଲାପ ଦିବସ ବା World Rose Day ଭାବରେ ପାଳନ କରାଯାଏ । କ୍ୟାନସର ପୀଡିତାଙ୍କ ମନରେ ସକାରାତ୍ମକ ଭାବନାର ଉଦ୍ରେକ କରିବାକୁ ସାରା ବିଶ୍ୱରେ ସେପ୍ଟେମ୍ବର ୨୨ ଆଜିର ଦିନକୁ ଗୋଲାପ ଦିବସ ଭାବେ ପାଳନ କରାଯାଉଛି । ସମାଜରେ ସ୍ନେହ, ପ୍ରେମ, ସହ ନୂତନ ଆଶା ସଂଚାର କରିବା ହିଁ ଏହି ଦିବସ ପାଳନର ମୂଳଲକ୍ଷ । ପ୍ରକୃତରେ ମେଲୀଣ୍ଡା ରୋଜ ନାମକ ଜଣେ ମହିଳାଙ୍କ ସମ୍ମାନାର୍ଥେ ହିଁ ଏହି ଦିବସଟି ପାଳିତ ହୋଇ ଆସୁଛି । ୧୯୯୪ରେ ମାତ୍ର ୧୨ ବର୍ଷ ବୟସରେ ରକ୍ତ କ୍ୟାନ୍ସରରେ ପୀଡିତ ହୋଇ ଯନ୍ତ୍ରଣା ପାଉଥିବାବେଳେ ଡାକ୍ତର ତାଙ୍କୁ ମାତ୍ର ଦୁଇ ସପ୍ତାହର ସମୟ ଦେଇଥିଲେ । ହେଲେ ମିଲିଣ୍ଡା ମୃତ୍ୟୁକୁ ଭୟ ନକରି ବେଶ ଖୁସିରେ ରହିବାକୁ ଚେଷ୍ଟା କରୁଥିଲେ ।ତାଙ୍କର ଏହି ମନୋଭାବ ତାଙ୍କର ଆୟୁଷକୁ ୬ ମାସ ବଢାଇ ଦେଇଥିଲା । ଶେଷରେ ସେପ୍ଟେମ୍ବର ୨୨ ରେ ପ୍ରାଣ ହରାଇଥିଲେ ମିଲିଣ୍ଡା ରୋଜ୍ । ତାଙ୍କର ଆତ୍ମବିଶ୍ୱାସ ଓ ଦୃଢ ମନୋଭାବକୁ ପ୍ରତିଟି ପୀଡିତଙ୍କ ପାଖରେ ପହଂଚାଇବାକୁ ପ୍ରତିବର୍ଷ ଏହି ଦିନକୁ ସାରା ବିଶ୍ୱରେ ‘ରୋଜ ଡେ’ ଭାବେ ପାଳନ କରାଯାଉଛି ।ମେଲୀଣ୍ଡାଙ୍କ ଏହି ଅସାଧାରଣ କାମ ସମାଜକୁ ଏକ ନୂତନ ସନ୍ଦେଶ ଦେଇଥିଲା ।
ବିଶ୍ୱ ରୋଜ ଦିବସରେ ଲୋକମାନେ କର୍କଟ ରୋଗୀ ଏବଂ ସେମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ଗୋଲାପ, କାର୍ଡ, ଏବଂ ଉପହାର ପ୍ରଦାନ କରନ୍ତି, ଯେଉଁମାନେ ମଧ୍ୟ ଏହି କଷ୍ଟଦାୟକ ଯାତ୍ରାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଯେହେତୁ ଆମେ ସମସ୍ତେ ଜାଣୁ ଯେ କର୍କଟ ରୋଗର ମୁକାବିଲା ଉଭୟ ଶାରୀରିକ ଏବଂ ମାନସିକ ଅଟେ, ଏବଂ ବିଶ୍ୱ ରୋଜ ଦିବସ ଭଳି ଘଟଣା ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ରୋଗୀମାନଙ୍କୁ ଆଭ୍ୟନ୍ତରୀଣ ଶକ୍ତିକୁ ମଜବୁତ ପ୍ରେରଣା ଯୋଗାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking