27.1 C
Bhubaneswar
Friday, September 20, 2024
Homeମହାବୀର ଜୟନ୍ତୀମହାବୀର ଭଗବାନଙ୍କ ଜୈନ ଦର୍ଶନ

ମହାବୀର ଭଗବାନଙ୍କ ଜୈନ ଦର୍ଶନ

ଭୁବନେଶ୍ୱର: ଅହିଂସା ଉପରେ ଜୋର୍ ଦେଉଥିବା ଭଗବାନ ମହାବୀରଙ୍କ ଜନ୍ମ ୫୯୯ ଖ୍ରୀଷ୍ଟାବ୍ଦ ଚୈତ୍ର ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ହୋଇଥିଲା । ଜୈନ ସଂପ୍ରଦାୟର ବଡ ପର୍ବ ହେଉଛି ମହାବୀର ଜୟନ୍ତୀ । ସେମାନେ ଏହାକୁ ବଡ ଧୂମଧାମରେ ପାଳନ କରନ୍ତି । ଏହି ପର୍ବକୁ ଜୈନ ସଂପ୍ରଦାୟର ଲୋକେ ୨୪ ତମ ତୀର୍ଥଙ୍କର ମହାବୀରଙ୍କ ଜନ୍ମଦିନ ଭାବରେ ପାଳନ କରନ୍ତି । ଏହି ଦିନ ଜୈନ ମନ୍ଦିରରେ ଲୋକେ ପୂଜା କରନ୍ତି ଓ ଶୋଭାଯାତ୍ରା ବି କରନ୍ତି । ମାତ୍ର ବର୍ତମାନ ଦେଶରେ କରୋନା ଭାଇରସ କାରଣରୁ ଲୋକେ ନିଜ ଘରେ ହିଁ ଏହି ପର୍ବ ପାଳନ କରିବେ । ଭଗବାନ ମହାବୀରଙ୍କ ପିଲାଦିନର ନାମ ବର୍ଦ୍ଧମାନ ଥିଲା । ଭଗବାନ ମହାବୀର ୩୦ ବର୍ଷ ବୟସରେ ଆନନ୍ଦ ଓ ବିଳାସମୟ ଜୀବନ ତ୍ୟାଗ କରି ୧୨ ବର୍ଷର ମୌନ ତପସ୍ୟା ପରେ କେବଳଜ୍ଞାନ ପ୍ରାପ୍ତ କରିଥିଲେ । କେବଳଜ୍ଞାନ ପ୍ରାପ୍ତ ହେବା ପରେ ୩୦ ବର୍ଷ ପର୍ଯ୍ୟନ୍ତ ମହାବୀର ହେତୁ ସମାଜରେ ଅନ୍ଧବିଶ୍ୱାସକପ ଦୂର କରିବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଭଗବାନ ମହାବୀର ସତ୍ୟ ଓ ଅହିଂସାର ମାର୍ଗ ଦେଖାଇଥିଲେ । ଜୈନ ଧର୍ମର ଲୋକେ ଏହି ପର୍ବକୁ ଧୂମଧାମରେ ପାଳନ କରନ୍ତି ।
ପିଲାଦିନେ ଭଗବାନ ମହାବୀରଙ୍କ ନାମ ବର୍ଦ୍ଧମାନ ଥିଲା । ତାଙ୍କ ଜନ୍ମ ବୈଶାଳୀର କୁଣ୍ଡଳଗ୍ରାମରେ ହୋଇଥିଲା । ହେଲେ ୩୦ ବର୍ଷ ବୟସରେ ସେ ବିଳାସପୂର୍ଣ୍ଣ ଜୀବନ ପରିତ୍ୟାଗ କରି ସତ୍ୟର ସନ୍ଧାନରେ ବାହାରି ଥିଲେ ଏବଂ ଏକ ମହାତ୍ମା ହୋଇ ଦୁନିଆକୁ ଅହିଂସା ପରମ ଧର୍ମ ପାଠ ପଢାଇଥିଲେ । ଜୈନ ପବିତ୍ର ପୁସ୍ତକ ଅନୁସାରେ, ବୈଶାଖର ଦଶମ ଦିନରେ ସେ ପାଟନା ପାବା ନାମକ ନଗରରେ ପହଂଚିଥିଲେ । ଯେଉଁଠାରେ ତାଙ୍କୁ କୈବଲ୍ୟ ପ୍ରାପ୍ତି ହୋଇଥିଲା ଓ ମହାବୀର ନାମରେ ସେ ପରିଚିତ ହୋଇଥିଲେ ।
ଉହାବୀର ଜୈନଙ୍କୁ ନିଜର ଭିତରର ତ୍ୟାଗ, କଠୋର ତପସ୍ୟା ଓ ନୈତିକତା ବିକଶିତ କରିବାର ଶିକ୍ଷା ଦେଇଥିଲେ । ଜୈନ ନୈତିକ ରୂପରେ ନିଜ ଧର୍ମ ସହ ବନ୍ଧା, ଯାହାଦ୍ୱାରା ସେମାନେ ଏମିତି ଜୀବନ ଯାପନ କରିବେ ,ଯାହା ଦ୍ୱାରା ଅନ୍ୟ କୌଣସି ପ୍ରାଣୀକୁ କ୍ଷତି ନପହଂଚିବ । ମହାବୀର ବିଶ୍ୱାସ କରୁଥିଲେ ଯେ, ସଠିକ ଜ୍ଞାନ ଓ ସଠିକ ଆଚରଣ ଦ୍ୱାରା ଯେ କୌଣସି ବ୍ୟକ୍ତି ନିଜକୁ ଜନ୍ମ-ମରଣ ଚକ୍ରରୁ ମୁକ୍ତ କରିପାରେ ।

ଭଗବାନ ମହାବୀର ନିଜକୁ ନିଜ ସହ ଲଢିବାର ପ୍ରେରଣା ଦିଅନ୍ତି । ଯେଉଁ ପ୍ରାଣୀ ନିଜ ସହ ଲଢି ବିଜୟ ପ୍ରାପ୍ତ କରିପାରେ ତାକୁ ସବୁ ସୁଖ ମିଳେ ।
ନିଜ ଆତ୍ମାଠୁ ଶତ୍ରୁ ଆଉ କେହି ନାହାନ୍ତି । ପ୍ରକୃତ ଶତ୍ରୁ ଆମ ଭିତରେ ହିଁ ରହିଥାଏ ।
ମଣିଷ ଦୁଃଖୀ ହେବାର କାରଣ ସେ ନିଜେ ହିଁ ହୋଇଥାଏ । ଯିଏ ନିଜ ଭୁଲକୁ ନିୟନ୍ତ୍ରଣ କରିପାରେ ସେ ହିଁ ସୁଖ ପ୍ରାପ୍ତି କରିଥାଏ । କଠିନ ପରିସ୍ଥିତିରେ ବି କେବେ ବିଚଳିତ ହେବା ଉଚିତ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking