37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଶେଷଥର ପାଇଁ ସିଡ୍‌ନାଜ୍‌ଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ଦେଖିବେ ଦର୍ଶକ

ଶେଷଥର ପାଇଁ ସିଡ୍‌ନାଜ୍‌ଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ଦେଖିବେ ଦର୍ଶକ

ନୂଆଦିଲ୍ଲୀ :ବଲିଉଡରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିଲେ ସେହେନାଜ୍ ଗିଲ୍ । ଦୁହିଁଙ୍କ ଅନ୍ ସ୍କ୍ରିନ୍ କେମିଷ୍ଟ୍ରିକୁ ଏବେ ତାଙ୍କର ଲକ୍ଷ ଫ୍ୟାନ୍ସ ମିସ୍ କରୁଛନ୍ତି । କିନ୍ତୁ ତାଙ୍କର ସବୁ ଫ୍ୟାନ୍ସଙ୍କ ପାଇଁ ଏବେ ଆସିଛି ଖୁସି ଖବର । ପୁଣି ଏକାଠି ନଜର ଆସିବେ ସିଡ୍‌ନାଜ୍‌ । ଶେଷଥର ପାଇଁ ଦୁହିଁଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ଦେଖିବେ ଦର୍ଶକ । ପରଦାରେ ପୁଣି କ୍ୟୁଟ୍‌ ରୋମାନ୍ସ ଦେଖାଇବେ ଏହି ଯୋଡି।

ବିଗ୍‌ ବସ୍‌-୧୩ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ଆସିବା ପରେ ତାଙ୍କର ସବୁ ଫ୍ୟାନ୍ସ ଯେମିତି ଭାଙ୍ଗିପଡିଥିଲେ । ତାଙ୍କ ମୃତ୍ୟୁକୁ କିଛି ଦିନ ବିତି ଯାଇଥିଲେ ବି ଏବେ ବି ଫ୍ୟାନ୍ସଙ୍କ ମନରେ ରହିଛନ୍ତି ସିଦ୍ଧାର୍ଥ । ସେଥିପାଇଁ ଏବେ ସିଦ୍ଧାର୍ଥଙ୍କ ଶେଷ ଆଲବମ୍ ରିଲିଜ୍ ହେବାକୁ ଯାଉଛି । ସିଦ୍ଧାର୍ଥ ଏବଂ ଶେହନାଜ ଗିଲ୍‌ଙ୍କ ଶେଷ ଆଲବମ୍‌ ଭିଡିଓ ‘ଅଧୁରା’ ଖୁବଶୀଘ୍ର ନିକଟରେ ରିଲିଜ୍ ହେବ। ଏହି ଗୀତରେ ଶେଷଥର ପାଇଁ ସିଡନାଜଙ୍କୁ ଦେଖିବାକୁ ମିଳିବ। ନିକଟରେ ଏହି ଗୀତର ପୋଷ୍ଟରକୁ ମେକର୍ସମାନେ ରିଲିଜ କରିଛନ୍ତି। ଏହି ପୋଷ୍ଟରକୁ ଦେଖିବା ପରେ ପ୍ରଶଂସକମାନେ ଭାବୁକ ହୋଇପଡିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking