37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଜେଲ୍‌ରେ ରାତ୍ରୀଭୋଜନ କଲେନି ସିଦ୍ଧୁ

ଜେଲ୍‌ରେ ରାତ୍ରୀଭୋଜନ କଲେନି ସିଦ୍ଧୁ

ପତିଆଲା : ୧୯୮୮ର ଏକ ରୋଡ୍‌ରେଜ୍ ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ଏକବର୍ଷ ସଶ୍ରମ ଜେଲ୍‌ଦଣ୍ଡାଦେଶ ମିଳିବା ପରେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଶୁକ୍ରବାର ଜେଲ୍ ଯାଇଛନ୍ତି । ପତିଆଲା ଜେଲ୍‌ର ୧୦ ନମ୍ବର ବାରାକ୍‌ରେ ୨୪୧୩୮୩ ନଂ. କଏଦୀ ଭାବେ ଥିବା ସିଦ୍ଧୁ ଶୁକ୍ରବାର ଜେଲ୍‌ର ରାତ୍ରିଭୋଜନ ଗ୍ରହଣ କରିନାହାନ୍ତି । କେବଳ ଔଷଧ ସେବନ କରିଥିଲେ । ଜେଲ୍ ମାନୁଆଲ୍ ଅନୁସାରେ ସନ୍ଧ୍ୟା ୭ଟା ବେଳେ ସିନ୍ଧୁଙ୍କୁ ଡାଲି ଓ ରୁଟି ଦିଆଯାଇଥିଲା । ମାତ୍ର ସେ ଖାଇକରି ଆସିଛନ୍ତି କହି ଏହା ଗ୍ରହଣ କରିନଥିଲେ ।

ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ସଶ୍ରମ କାରାଦଣ୍ଡ ଶୁଣାଇଥିବାରୁ ଜେଲ୍ ମାନୁଆଲ୍ ଅନୁସାରେ ତାଙ୍କୁ କାମ କରିବାକୁ ପଡ଼ିବ । ଏଥିପାଇଁ ତାଙ୍କୁ ଦୈନିକ ୪୦ରୁ ୬୦ ଟଙ୍କା ମିଳିବ । ତେବେ ପ୍ରଥମ ତିନିମାସ ସେ ଟ୍ରେନିଂ ନେବେ ବୋଲି ଜେଲ୍‌ର ଜଣେ ଅଧିକାରୀ କହିଛନ୍ତି । ଅଧିକାରୀ ଜଣକ କହିଛନ୍ତି, ଶୁକ୍ରବାର ସନ୍ଧ୍ୟାରେ ସିଦ୍ଧୁଙ୍କ ପାଇଁ କୌଣସି ସ୍ପେଶାଲ୍ ଖାଦ୍ୟର ବ୍ୟବସ୍ଥା କରାଯାଇନଥିଲା । ଯଦି ଡାକ୍ତର କୌଣସି ସ୍ପେଶାଲ୍ ଖଦ୍ୟା ପାଇଁ ପରାମର୍ଶ ଦିଅନ୍ତି, ତେବେ ସେ ଜେଲ୍ କ୍ୟାଣ୍ଟିନ୍‌ରୁ ଏହା କିଣିବେ କିମ୍ବା ନିଜେ ରୋଷେଇ କରି ଖାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking