28.1 C
Bhubaneswar
Friday, March 29, 2024
Homeଅପରାଧମାତାଲ ପୋଲିସ ଏସ ଆଇ ନିଲମ୍ବିତ

ମାତାଲ ପୋଲିସ ଏସ ଆଇ ନିଲମ୍ବିତ

ମୟୁରଭଞ୍ଜ-ମଦ ଏବଂ ମଦୁଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରୁଛି ପୋଲିସ । ହେଲେ ନିଜେ ପୋଲିସ ଅଧିକାରୀ ମାତାଲ ଅବସ୍ଥାରେ ଉଦ୍ଧାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହିତ ସୋସିଆଲ ମିଡିଆରେ ଭାଇରାଲ ହୋଇ ପୋଲିସ ପାଇଁ ଏକ ଅକାଳିଆ ପରିସ୍ଥିତି ସୃଷ୍ଟି କରିଛି । ଯାହାକୁ ନେଇ ନିଲମ୍ବିତ ହେଲେ ମଦୁଆ ପୋଲିସ ସବ ଇନ୍ସପେକ୍ଟର । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନାରେ । ଏଠାରେ କାର୍ଯ୍ୟରତ ଥିବା ସବ ଇନ୍ସପେକ୍ଟର ସଚିଦାନନ୍ଦ କିଷାନ ଗତକାଲି ସନ୍ଧ୍ୟା ସମୟରେ ମଦପିଇ ମାତାଲ ଅବସ୍ଥାରେ ବେତନଟୀ ଥାନାଛକ ନିକଟ ଏକ ପାନଦୋକାନ ବେଞ୍ଚ ଉପରେ ବେହୋସ ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ ଲୋକେ ସବ ଇନ୍ସପେକ୍ଟର କୁ ଉଦ୍ଧାର କରି ଥାନାରେ ଆଣି ଛାଡିଥିଲେ ।  ମାତାଲ ମଦୁଆ ସବ ଇନ୍ସପେକ୍ଟରଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହୋଇଥିଲା । ସବ ଇନ୍ସପେକ୍ଟରଙ୍କ ଭିଡ଼ିଓ ଭାଇରଲ ହେବା ସହ ସ୍ଥାନୀୟ ଲୋକେ  ମୟୁରଭଞ୍ଜ ଏସ ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କୁ ମଧ୍ୟ ଜଣାଇଥିଲେ । ତେବେ ମୟୁରଭଞ୍ଜ ଏସ ପି  ମଦୁଆ ସବ ଇନ୍ସପେକ୍ଟରଙ୍କ ଭିଡ଼ିଓ ଭାଇରଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  ଘଟଣାର ତଦନ୍ତ କରି ଏସ ପି ସବ ଇନ୍ସପେକ୍ଟର  ସଚିଦାନନ୍ଦ କିଷାନଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବିତ କରିଛନ୍ତି ।
https://onakhabar.com/2020/02/06/7-dead-in-up/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking