27.1 C
Bhubaneswar
Thursday, April 25, 2024
Homeଓଡିଶାଯାଜପୁର ଜିଲ୍ଲାରୁ ଉଠିଲା  ସଟ ଡାଉନ

ଯାଜପୁର ଜିଲ୍ଲାରୁ ଉଠିଲା  ସଟ ଡାଉନ

ଯାଜପୁର :  ଜିଲ୍ଲାରୁ   ସଟ ଡାଉନ ଉଠିଲା ପରେ ଏବେ ଲୋକଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି  |ଭଦ୍ରକ ଓ ବାଲେଶ୍ୱରକୁ ୬୦ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ତେବେ ଆଜି ୬୦ ଘଣ୍ଟାର ସଟ୍‌ ଡାଉନ୍‌ ଅବଧି ଶେଷ ହୋଇଛି । ଏଥିପାଇଁ ଯାଜପୁରରେ ଲକ୍‌ଡାଉନ୍‌ ନିମୟ ଲାଗୁ ରହିଥିଲେ ମଧ୍ୟ ବିଭିନ୍ନ କଟକଣାକୁ କୋହଳ କରାଯାଇଛି । ପ୍ରଶାସନ ପକ୍ଷରୁ କିଛି ଜରୁରୀ ଦୋକାନ ଖୋଲା ରଖିବାକୁ ଅନୁମତି ଦିଆଯାଇଛି ।
ସଟ୍‌ ଡାଉନ୍‌ ହଟିବା ପରେ ସେଠାରେ ପାଥୋ ଲାବ୍‌ ବା ଡାଇଗ୍ନୋଷ୍ଟିକ୍‌ କେନ୍ଦ୍ର ଗୁଡ଼ିକ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିଭଳି ଗ୍ରସରୀ, ବେକେରୀ, ବ୍ରେଡ୍‌ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସ୍ଥିର କରାଯାଇଛି । ପରିବା ଦୋକାନ ସବୁଦିନ ଖୋଲା ରଖିବାକୁ ଅନୁମତି ଥିବାବେଳେ ଆମିଷ ଦୋକାନ ଗୁଡ଼ିକ କେବଳ ବୁଧବାର ଶୁକ୍ରବାର ଓ ରବିବାର ଖୋଲା ରହିବ ବୋଲି କୁହାଯାଇଛି ।
ସପ୍ତାହକୁ ଗୋଟେ ଦିନ ପିଲାଙ୍କ ପାଠ ପଢ଼ା ପାଇଁ ବହି ଦୋକାନ ଖୋଲା ରହିବ । ଏଲ୍‌ପିଜି ଗ୍ୟାସ୍‌ ଏଜେନ୍ସି ଖୋଲା ରହିବ ଏବଂ ଏହାର ଟ୍ରାନ୍ସପୋଟେସନ୍‌ ମଧ୍ୟ ଜାରି ରହିବ । କୃଷି ଭିତ୍ତିକ ସାମଗ୍ରୀ ବିକ୍ରୟ କେନ୍ଦ୍ର ବା ଦୋକାନ, ରଡ୍‌-ସିମେଣ୍ଟ-ଚିପ୍ସ ଓ ଘର ତିଆରି ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ । ଏହା ସହ ହାର୍ଡ ଓୟାର ଷ୍ଟୋର, ଇଲେକ୍ଟ୍ରିକାଲ୍ସ ଓ ଇଲେକ୍ଟ୍ରୋନିକ୍ସ ଦୋକାନ, ମୋବାଇଲ୍‌ ରିଚାର୍ଜ ସେଣ୍ଟର, ଗାଡ଼ି ସ୍ପେୟାର ପାର୍ଟ୍ସ ଦୋକାନ, ବାଇକ୍‌ ଗ୍ୟାରେଜ୍‌, ସାଇକେଲ ରିପ୍ୟାରିଂ ଦୋକାନ, ଫଳ ଦୋକାନ, କ୍ଷୀର ଏବଂ କ୍ଷୀର ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ, ଜାତୀୟ ରାଜପଥ କଡ଼ରେ ଥିବା ମଞ୍ଜୁରିପ୍ରାପ୍ତ ଢ଼ାବା ୨୪*୭ ଖୋଲା ରହିବ । ସେହିଭଳି ଆମ୍ବୁଲାନ୍ସ ସେବା ଓ ସ୍ୱାସ୍ଥ୍ୟ ସଂସ୍ଥା ମଧ୍ୟ ୨୪*୭ ଖୋଲା ରହିବ ବୋଲି ନିର୍ଦ୍ଦେଶ ରହିଛି । ମେଡିସିନ୍‌ ଦୋକାନ ଓ ଅପ୍ଟିକାଲ ସେଣ୍ଟର ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି ।
ଏହାସହ ଜାତୀୟ ରାଜପଥ କଡ଼ରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ୨୪*୭ ଘଣ୍ଟା ଖୋଲା ରହିବ । ମୁନିସିପାଲଟି ଓ ବ୍ଲକ୍‌ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆଯାଇଛି । ରିପୋର୍ଟ – ଅଭିମନ୍ୟୁ ମିଶ୍ର
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking