33.1 C
Bhubaneswar
Wednesday, April 24, 2024
Homeଓଡିଶାଯାଜପୁରରୁ ହଟିବ ସଟ୍ ଡାଉନ

ଯାଜପୁରରୁ ହଟିବ ସଟ୍ ଡାଉନ

ଯାଜପୁର: ଆଜି ରାତିରେ ଯାଜପୁର ଜିଲ୍ଲାରେ ସଟ୍ ଡାଉନ ଉଠିବା ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଆଜି ରାତିରେ ଏହି ସଟ୍ ଡାଉନ ସରିବ । ମାତ୍ର ପୂର୍ବପରି ଲକ୍ ଡାଉନ ବଳବତ୍ତର ରହିବ । ତେବେ ସଟ୍ ଡାଉନ ଉଠିବା ପରେ ସାମାଜିକ ଦୂରତ୍ୱକୁ ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି କାଲି ସକାଳଠାରୁ ଦୈନିକ ସକାଳ ୬ଟାରୁ ୧୦ ଟା ଯାଏଁ ଦୋକାନ ଖୋଲା ରହିବ । ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ମାତ୍ର ଗ୍ରାହକମାନେ ସାମାଜିକ ଦୂରତା ବଜାୟ ରଖି ଜିଲିଷପତ୍ର କିଣିବେ ବୋଲି ସେ ପରାମର୍ଶ ଦେଇଛନ୍ତି । ଯେଉଁ ଦୋକାନ କିମ୍ବା ମଲ୍ ସାମାଜିକ ଦୂରତା ନ ରଖିବେ ସେମାନଙ୍କ ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୋକାନ ଜିନିଷପତ୍ର ସିଜ୍ ହେବା ସହ ଦୋକାନକୁ ମଧ୍ୟ ସିଲ୍ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking