39.8 C
Bhubaneswar
Thursday, April 18, 2024
Homeଓଡିଶାଶନି, ରବି ରାୟଗଡା ସଟ ଡାଉନ

ଶନି, ରବି ରାୟଗଡା ସଟ ଡାଉନ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ସମସ୍ତ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ ଡାଉନ କରିବାକୁ ନିଷ୍ପତ୍ତି ହୋଇଛି । ଏବେ ରାୟଗଡା ମଧ୍ୟ ସେହି ଜିଲ୍ଲା ମାନଙ୍କ ସହ ଯୋଡି ହୋଇଯାଇଛି । ରାୟଗଡାରେ ଏବେ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟ ଡାଉନ କରିବାକୁ ଘୋଷଣା କରାଯାଇଛି । କରୋନା ପାଇଁ ସପ୍ତାହାନ୍ତ ସଟ ଡାଉନ ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ସଟଡାଉନ କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏହାପୂର୍ବରୁ ଗତକାଲି କେନ୍ଦୁଝର, ନବରଂଗପୁର ଓ ଜଗତସିଂହପୁରକୁ ଶନି ଓ ରବିବାର ଜିଲ୍ଲାପାଳ ସଟ ଡାଉନ ଘୋଷଣା କରିଥିବା ବେଳେ ଆଜି କନ୍ଧମାଳ ଓ ବରଗଡ ଶନି ଓ ରବିବାର ସଟ ଡାଉନ ହେବାକୁ ଘୋଷଣା ହୋଇଛି । ଏବେ ପ୍ରତି ଶନିବାର ଓ ରବିବାର ବରଗଡ ଜିଲ୍ଲା ସଟ ଡାଉନ ରହିବ । କରୋନା ପାଇଁ ସପ୍ତାହାନ୍ତ ସଟ ଡାଉନ କରିବାକୁ ପ୍ରଶାସନ ଘୋଷଣା କରିଛନ୍ତି । ମହାମାରୀ କରୋନାର ସଂକ୍ରମଣକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ କରିବାକୁ ନିଷ୍ପତି ନେଇଛନ୍ତି ।  ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଏବଂ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking