34.1 C
Bhubaneswar
Friday, March 29, 2024
Homeଓଡିଶାଜାରି ହେଲା ସଟ ଡାଉନ ଗାଇଡଲାଇନ

ଜାରି ହେଲା ସଟ ଡାଉନ ଗାଇଡଲାଇନ

ଭୁବନେଶ୍ୱର: ଜୁନ ୩୦ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନିଆ ସଟ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଗାଇଡଲାଇନ ଅନୁସାରେ ସଟ ଡାଉନ ସମୟରେ ମେଡିକାଲ୍ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେ କୌଣସି ଲୋକ ଯାତାୟତ କରିପାରିବେ । ଆରବିଆଇ, କ୍ଲିୟରିଂ ହାଉସ, ଏଟିଏମ ସହ ଜଡିତ କର୍ମଚାରୀ ମଧ୍ୟ ସଟ ଡାଉନ ସମୟରେ ଯାଇପାରିବେ । ଏୟାରପୋର୍ଟ, ଷ୍ଟେସନ, ବସ୍ ଟର୍ମିନାଲ ସହ ଜଡିତ କର୍ମଚାରୀଙ୍କୁ ମଧ୍ୟ ଯିବା ଆସିବା ପାଇଁ ଅନୁମତି ରହିଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି । ଖାଲି ଏତିକି ନୁହେଁ, ବରଂ ସ୍ୱିଗି, ଜୋମାଟୋ ଡେଲିଭରି ବଏଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି ସୂଚନା ରହିଛି । ଏହାବାଦ ଖବର କାଗଜ ହକରଙ୍କୁ ସକାଳ ୫ଟାରୁ ୮ଟା ଯାଏଁ ବିକ୍ରି ପାଇଁ ଅନୁମତି ରହିଛି । ଏଲପିଜି ହୋମ୍ ଡେଲିଭରି କରୁଥିବା କର୍ମଚାରୀଙ୍କୁ ଅନୁମତି ମିଳିବ ।

ଅନ୍ୟପଟେ ସଟ ଡାଉନ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ସଟ ଡାଉନ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ । ଟେଲିକମ, ମାଲ ପରିବହନ, କୃଷି ସଂପର୍କିତ କାର୍ଯ୍ୟ ଚାଲୁ ରହିବ । ଏହାସହ ରେଳ, ବିମାନ, ଟ୍ୟାକ୍ସି ଚଳାଚଳ ବି ଚାଲୁ ରହିବ ବୋଲି କହିଛନ୍ତି ମନ୍ତ୍ରୀ । ଅନ୍ୟପଟେ କର୍ତ୍ତପକ୍ଷଙ୍କ ଅନୁମତି ନେଇ ବିବାହ ଓ ଦାହ କାର୍ଯ୍ୟ ବି ସଂପାଦନ ହୋଇପାରିବ ବୋଲି ସେ କହିଛନ୍ତି ।
https://onakhabar.com/2020/06/05/one-more-died-in-corona-in-odisha-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking