38.1 C
Bhubaneswar
Tuesday, April 23, 2024
Homeଖେଳଶୁବମନ ଗିଲଙ୍କ ଅର୍ଦ୍ଧଶତକ: କେକେଆର ପ୍ଲେ ଅଫ୍ ସମ୍ଭାବନା ବଢିଲା

ଶୁବମନ ଗିଲଙ୍କ ଅର୍ଦ୍ଧଶତକ: କେକେଆର ପ୍ଲେ ଅଫ୍ ସମ୍ଭାବନା ବଢିଲା

ନୂଆଦିଲ୍ଳୀ: କୋଲକାତା ନାଇଟ ରାଇଡର୍ସ ଓପନର ଶୁବମନ ଗିଲଙ୍କ ଅର୍ଦ୍ଧଶତକ ଜରିଆରେ ସିଜିନର ଷଷ୍ଠ ବିଜୟ ହାସଲ କରିବା ସହିତ ପ୍ଲେ ଅଫର ନିକଟବର୍ତ୍ତୀ ହୋଇଛି । ୧୧୬ ରନ ଲକ୍ଷ୍ୟର ପିଛା କରୁଥିବ କେକେଆର ୧୯.୩ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଥିଲା । ଶୁବମାନ ଗିଲ୍ ୫୧ ବଲର ସମ୍ମୁଖୀନ ହୋଇ ୫୭ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀତିଶ ରାଣା ୨୫ ରନର ଉପଯୋଗୀ ଅବଦାନ ଦେଇଥିଲେ । ଜାସନ ହୋଲ୍ଡର ୩୨ ରନ ବ୍ୟୟରେ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ରଶିଦ ଖାନ ଓ ସିଦ୍ଧାର୍ଥ କୌଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଶେଷ ଓଭରରେ ବିଜୟ ପାଇଁ ମାତ୍ର ୩ ରନ ଆବଶ୍ୟକ ରହିଥିବା ବେଳେ ୪ଟି ବଲରେ ଦଳକୁ ଫିନିଶ ଲାଇନ ପାର କରାଇଥିଲେ ଦୀନେଶ କାର୍ତ୍ତିକ ଓ ଇଓନ ମୋର୍ଗାନ ।

କାର୍ତ୍ତିକ ୧୨ ବଲ ଖେଳି ୧୮ ରନ ସଂଗ୍ରହ କରିଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ସନ ରାଇଜର୍ସ । ଋଦ୍ଧିମାନ ଶାହା ଗୋଲ୍ଡେନ ଡକର ଶିକାର ହୋଇଥିବା ବେଳେ ଅଧିନାୟକ କେନ ୱିଲିୟମସନ ସର୍ବାଧିକ ୨୬ ରନ କରିଥିଲେ । ୱିଲିୟମସନଙ୍କ ରନଆଉଟ ପରେ ଲାଇନଚ୍ୟୁତ ହୋଇଥିଲା ହାଇଦ୍ରାବଦର ବ୍ୟାଟିଂ । ମଧ୍ୟକ୍ରମରେ ପ୍ରିୟମ ଗର୍ଗ ଧୀମା ୨୧ ରନର ଇନିଂସ ଖେଳିଥିଲେ । ଶେଷ ଆଡକୁ ଅବଦୁଲ ସମାଦଙ୍କ ୧୮ ବଲ ୨୫ ରନ ବଳରେ ୧୦୦ ରନ ପାର କରିଥିଲା ହାଇଦ୍ରାବାଦ । ନିର୍ଦ୍ଧାରିତ ଓଭରରେ ଦଳ ୮ ୱିକେଟ ହରାଇ ୧୧୫ ରନ ସଂଗ୍ରହ କରିଥିଲା । ସାଉଦି ଓ ଚକ୍ରବର୍ତ୍ତୀ ୨୬ ରନ ବ୍ୟୟରେ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ମାଭି ୨ୱିକେଟ ପାଇଁ ୨୯ ରନ ବ୍ୟୟ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking