26.1 C
Bhubaneswar
Wednesday, May 25, 2022
Homeଦେଶ ବିଦେଶଦେବାଳିଆରୁ ବଞ୍ଚିବା ପାଇଁ ସୁନା ବିକ୍ରି କରୁଛି ଏହି ଦେଶ

ଦେବାଳିଆରୁ ବଞ୍ଚିବା ପାଇଁ ସୁନା ବିକ୍ରି କରୁଛି ଏହି ଦେଶ

ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଦେବାଳିଆରୁ ବଞ୍ଚିବା ପାଇଁ ସୁନା ବିକ୍ରି କରିବା ଆରମ୍ଭ କରି ଦେଇଛି । ଏମିତି କରି ଏହି ଦେଶ ନିଜର ଅର୍ଥ ବ୍ୟବସ୍ଥାକୁ ସାହାରା ଦେବାକୁ ଚେଷ୍ଟା କରୁଛି । ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ମୁତାବକ, ଏହା ଶେଷ ହେଉଥିବା ବୈଦେଶିକ ମୁଦ୍ରା ଭଣ୍ଡାରକୁ ବଞ୍ଚେଇବା ପାଇଁ ନିଜର ସୁନା ସଂରକ୍ଷଣର ଏକ ଅଂଶ ବିକ୍ରି କରି ଦେଇଛି । ଶ୍ରୀଲଙ୍କାର ପ୍ରମୁଖ ଅର୍ଥନୀତିଜ୍ଞ ତଥା କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଡ. ଡବ୍ଲ୍ୟୁ. ଏ ବିଜେୱର୍ଦ୍ଧନେ କହିଛନ୍ତି, କେନ୍ଦ୍ରୀୟ ବ୍ୟାଙ୍କର ସୁନା ସଂରକ୍ଷଣ ହ୍ରାସ ପାଇଛି । ସେଣ୍ଟ୍ରାଲ ବ୍ୟାଙ୍କର ସୁନା ସଂରକ୍ଷଣ ୩୮.୨ କୋଟି ଡଲାରରୁ ହ୍ରାସ ପାଇ ୧୭.୫ କୋଟି ଡଲାର ହୋଇ ଯାଇଛି । ସେପଟେ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ନିଭାର୍ଡ କ୍ୟାବ୍ରାଲ ମଧ୍ୟ କହିଛନ୍ତି, ଦେଶ ନିଜର ସୁନା ଭଣ୍ଡାରର ଗୋଟିଏ ଭାଗକୁ ବଢ଼ାଇବା ପାଇଁ ବିକ୍ରି କରିଛି । ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଚୀନ ସହିତ ମୁଦ୍ରା ଅଦଳବଦଳ ପରେ ବର୍ଷ ଶେଷରେ ହିଁ ନିଜର ସୁନା ସଂରକ୍ଷଣକୁ ବଢ଼ାଇଥିଲା । ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ୨୦୨୧ ଆରମ୍ଭରେ ୬.୬୯ ଟନ ସୁନା ଭଣ୍ଡାର ଥିଲା ବୋଲି ଅନୁମାନ କରାଯାଉଛି । ଏବେ ପାଖାପାଖି ୩.୬ ଟନ୍ ସୁନା ବିକ୍ରି କରାଯାଇଛି । ଏହି କାରଣରୁ ଏହି ଦେଶ ପାଖରେ ୩.୦ରୁ ୩.୧ ଟନ୍ ସୁନା ହିଁ ରହିଛି । ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ୨୦୨୦ରେ ମଧ୍ୟ ସୁନା ବିକ୍ରି କରିଥିଲା । ଶ୍ରୀଲଙ୍କା ପାଖରେ ପୂର୍ବରୁ ୧୯.୬ ଟନ୍ ସୁନାର ଭଣ୍ଡାର ଥିଲା, ସେଥି ମଧ୍ୟରୁ ୧୨.୩ ଟନ୍ ସୁନା ବିକ୍ରି ହୋଇଥିଲା । ପୂର୍ବରୁ ଏହି ଦେଶ ୨୦୧୫, ୨୦୧୮ ଏବଂ ୨୦୧୯ରେ ମଧ୍ୟ ସୁନା ବିକ୍ରି କରିଥିଲା । ଭାରତ ମଧ୍ୟ ୧୯୯୧ରେ ଉଦାରୀକରଣ ପୂର୍ବରୁ ଦେଶର ଖରାପ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଦୁଇ ଥର ସୁନା ବନ୍ଧକ ରଖିଥିଲା । ଏହି ପରିସ୍ଥିତି ସେତେବେଳେ ଆସିଥିଲା, ଯେତେବେଳେ ଯଶୱନ୍ତ ସିହ୍ନା ଅର୍ଥମନ୍ତ୍ରୀ ଥିଲେ ଏବଂ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ଥିଲେ । ସେହି ସମୟରେ ଅନ୍ତର୍ଜାତୀୟ ଏଜେନ୍ସି ଭାରତର ରେଟିଙ୍ଗ୍ ଖସାଇ ଦେଇଥିଲା । ଏହି କାରଣରୁ ଭାରତ ଅନ୍ତର୍ଜାତୀୟ ମାର୍କେଟରେ ଦେବାଳିଆ ହେବାର ଆଶଙ୍କା ରହିଥିଲା । ଏମିତିରେ ଶେଷ ବିକଳ୍ପ ଭାବରେ ସୁନା ବନ୍ଧକ ରଖିବାର ନିଷ୍ପତ୍ତି ନିଆଯାଇଥିଲା । ଏହି କାରଣରୁ ୨୦ ହଜାର କିଲୋ ସୁନାକୁ ଗୁପ୍ତ ଭାବରେ ମେ’ ୧୯୯୧ରେ ସ୍ୱିଜରଲ୍ୟାଣ୍ଡର ୟୁବିଏସ୍ ବ୍ୟାଙ୍କରେ ବନ୍ଧକ ରଖାଯାଇଥିଲା । ଏହା ପ୍ରତିବଦଳରେ ଭାରତକୁ ୨୦ କୋଟି ଡଲାର ମିଳିଥିଲା । ଏହା ପରେ ୨୧ ଜୁନ ୧୯୯୧ରେ ପିଭି ନରସିଂହ ରାଓ ସରକାର ଆସିଥିଲେ । ଯେଉଁଥିରେ ମନମୋହନ ସିଂଙ୍କୁ ଅର୍ଥମନ୍ତ୍ରୀ କରାଯାଇଥିଲା । ନୂଆ ସରକାରଙ୍କ ପାଖରେ ମଧ୍ୟ ଦେବାଳିଆ ହେଉଥିବା ଦେଶକୁ ବଞ୍ଚାଇବାର ଆହ୍ୱାନ ଥିଲା । ଏଭଳି ପରିସ୍ଥିତିରେ ସରକାର ପୁଣି ଥରେ ସୁନା ବନ୍ଧକ ରଖିଥିଲେ । ଅବଶ୍ୟ ପରେ ଯେତେବେଳେ ଆର୍ଥିକ ସ୍ଥିତିରେ ସୁଧାର ଆସିଥିଲା ସେହି ବର୍ଷ ସୁନା ପୁଣି କିଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking