27.1 C
Bhubaneswar
Thursday, April 25, 2024
Homeଓଡିଶାଶ୍ରୀଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ

ଶ୍ରୀଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ

ପୁରୀ: ମହାଶିବରାତ୍ରୀ ପୂର୍ବରୁ ବୁଧବାର ପୁରୀ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନ୍ଦିର ଭିତରୁ ପଙ୍କୋଦ୍ଧାର କରାଯାଇଛି।ପରମ୍ପରା ଅନୁସାରେ , ଫାଲୁଗୁନ କୃଷ୍ଣପକ୍ଷ ଏକାଦଶୀରେ ଏହି ପଙ୍କୋଦ୍ଧାର କରାଯାଇଥାଏ। ଏହି ଅବସରରେ ଏକ ବର୍ଷ ଧରି ଗମ୍ଭୀରାରୁ ଭକ୍ତ ଓ ସେବକମାନେ ଅତ୍ୟନ୍ତ ଆଗ୍ରହର ସହ ପଙ୍କ ଉଦ୍ଧାର କରିଛନ୍ତି। ଏଥିପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା। ରାତି ପ୍ରାୟ ୨ଟାରୁ ମନ୍ଦିର ଦ୍ଵାର ଖୋଲାଯାଇଥିଲା।
ଠାକୁରଙ୍କ ମଙ୍ଗଳ ଆଳତୀ, ଅବକାଶ ଓ ସକାଳ ଧୂପ ପରେ ଶ୍ରଦ୍ଧାଳୁମାନେ ପଙ୍କ ଉଦ୍ଧାର କରିଥିଲେ। ଏହାପରେ ଶ୍ରୀଲୋକନାଥଙ୍କୁ ମହାସ୍ନାନ କରି ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ଧାଡ଼ିରେ ଯାଇ ପ୍ରଭୁଙ୍କ ମୂଳ ଶିବଲିଙ୍ଗ ଦର୍ଶନ କରିଛନ୍ତି।ସୂଚନାଯୋଗ୍ୟ, ସାରା ବର୍ଷ ମଧ୍ୟରେ ଆଜିର ଦିନରେ ହିଁ ଭକ୍ତମାନେ ମୂଳ ଶିବଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାଆନ୍ତି। ଏଥିପାଇଁ ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking