26.1 C
Bhubaneswar
Friday, March 29, 2024
Homeଓଡିଶା*ଅଣସର ନୀତି *

*ଅଣସର ନୀତି *

?
# *କରାଳ_କର୍ମ*: (ଆଷାଢ଼ କୃଷ୍ଣ ପ୍ରତିପଦରୁ ଚତୁର୍ଥୀ): ବିଗ୍ରହ ଗୁଡିକର ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ । ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା, ଚୁଆ, ଓ ଚନ୍ଦନଲେପକୁ ଅଲଗା କରାଯାଏ । ଅଲଗା ହୋଇଥିବା ପଦାର୍ଥମାନଙ୍କୁ “କରାଳ” କୁହାଯାଏ ।
# *ଶ୍ରୀଅଙ୍ଗ_ଫିଟା*: ସ୍ନାନମଣ୍ଡପରେ ସ୍ନାନଦ୍ୱାରା ଓଦା ପାଟ ବସ୍ତ୍ରକୁ ଅଣସର ଗୃହରେ ଓଲାଗି କରାଯାଏ । ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ । ଏହି ସମୟରେ ଦାରୁ ରୂପକୁ କରାଳ ରୂପ କରାଯାଏ । ଶ୍ରୀଅଙ୍ଗ ଫିଟା ଓ କରାଳ ହେଉଛି ଶ୍ରୀଅଙ୍ଗ ନିରାପତ୍ତା ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା ।
# *ଫୁଲରି_ତେଲ_ଲାଗି*: (ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ): ବଡ଼ ଓଡ଼ିଆ ମଠ ଏହି ସେବା ପାଇଁ ଆବଶ୍ୟକୀୟ ପଦାର୍ଥ (କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ) ଯୋଗାଇଥାଆନ୍ତି । ଏହା ପୂର୍ବ ବର୍ଷ ହେରା ପଞ୍ଚମୀଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ ।
# *ପଇତା_ଲାଗି*: ଅଣସରରେ କେତେକ ସ୍ୱତନ୍ତ୍ର ନୀତିରେ ପାଟକନାକୁ ଛେଚି ବିଗ୍ରହମାନଙ୍କ ଦେହରେ ଛକି ପଡିଲା ଭଳି ବନ୍ଧାଯାଏ । ତାହା ଉପରେ ଚନ୍ଦନ ଲାଗି କରାଯାଏ । ଏହାକୁ ପଇତା ଲାଗି କୁହାଯାଏ । ବିଗ୍ରହରେ ଯେଉଁ ଲେପ ଦିଆଯାଏ ତାହା ଏହି ପଇତା ଲାଗି ପରେ ଦୃଢ଼ ହୋଇଥାଏ ।
# *ଫୁଲୁରି_ଲାଗି*: ପଇତା ଲାଗି ପରେ ଫୁଲୁରି ତେଲ ଲାଗି ହୁଏ । ଏହାକୁ ମଧ୍ୟ ‘ଶ୍ରୀତୈଳ’ କୁହାଯାଏ । ଓଡ଼ିଆ ମଠ ପକ୍ଷରୁ ବିଧି ଅନୁସାରେ ପ୍ରସ୍ତୁତ ଏହି ତେଲ ଅଣସରର ସପ୍ତମ ଦିନରେ ଲାଗି କରାଯାଏ । ବିଗ୍ରହ ଙ୍କୁ ଏହି ତେଲ ଘଷାଯାଏ ।
# *ଶ୍ରୀକପଡ଼ା_ଉତ୍ସବ ବା #ପଟ୍ଟାବନ୍ଧନ*: (ଆଷାଢ଼ କୃଷ୍ଣ ଅଷ୍ଟମୀ:) ଏହିଦିନ ଶ୍ରୀ ଜୀଉମାନଙ୍କୁ କପଡ଼ା ବନ୍ଧନ କରାଯାଏ । ଶ୍ରୀତୈଳ ଘଷାଯିବା ପରେ କ୍ଷୀର, ଅରୁଆ ଚାଉଳ ରନ୍ଧାଯାଇ ପଟସୂତ୍ରରେ ମର୍ଦ୍ଦନ କରାଯାଇ ବନ୍ଧାଯାଏ । ଏହି ପଟସୂତ୍ର ଶ୍ରୀଅଙ୍ଗ ଲାଗି ହେଇଥିବାରୁ ଏହାକୁ ‘ଶ୍ରୀକାପଡ଼ା’ କୁହାଯାଏ ।
# *ମସୃଣ_ଲେପନ*: (ଆଷାଢ଼ କୃଷ୍ଣ ନବମୀ): ଶ୍ରୀକପଡ଼ା ବନ୍ଧାଯିବା ପରେ ସର୍ବାଙ୍ଗରେ ଏକ ଲେପ ଦିଆଯାଏ । ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ, ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ ।
# *ଚକା_ବିଜେ*: (ଆଷାଢ଼ କୃଷ୍ଣ ଦଶମୀ): ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏହି ଚକା ଉପରେ ବିଜେ କରାଯାଏ । ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ । ଦଶମୂଳ ମୋଦକ ବେଲଛେଲି, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଅକ୍ରାନ୍ତି, ପାଟେଳି ଓ ଲମ୍ବି କୋଳି ଆଦି ଚେରମୂଳିରୁ ପ୍ରସ୍ତୁତ କରାଯାଇଥାଏ ।ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା ପରେ ଅଣସର ଘରେ ରହିଥିବା ଶ୍ରୀଜୀଉମାନେ ଉଠି ଚକା ଉପରକୁ ବିଜେ କରିଥାନ୍ତି । ତିନିଟି ପଥର ଚକତି ଉପରେ ଶ୍ରୀ ଜୀଉମାନଙ୍କୁ ଅବସ୍ଥାପିତ କରି କସ୍ତୁରି, କୁଙ୍କୁମ ଇତ୍ୟାଦି ଲେପନ କରାଯାଏ। ଏହି ଚକତିମାନଙ୍କ ମଧ୍ୟରୁ ଗୋଟିକରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀସୁଦର୍ଶନ ତଥା ଅନ୍ୟ ଗୋଟିଏ ଲେଖାଁଏରେ ପ୍ରଭୁ ଶ୍ରୀବଳଭଦ୍ର ଓ ମା ସୁଭଦ୍ରା ଅବସ୍ଥାପିତ ହୁଅନ୍ତି ।
# *ଚନ୍ଦନ_ଲାଗି*: (ଆଷାଢ଼ କୃଷ୍ଣ ଏକାଦଶୀ): ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ । ଠାକୁରମାନେ ସୁସ୍ଥ ହୋଇ ଆସୁଥିବାରୁ ଏକାଦଶୀ ଠାରୁ ଅଣସର ଘରେ ଠାକୁରମାନଙ୍କ ପୂଜା ସମୟରେ ଘଣ୍ଟ ବାଜିବା ସହ, ଭୋଗରେ ତୁଳସୀ ପଡ଼ିଥାଏ ।
# *ଖଡ଼ି_ଲାଗି*: ସେହିଦିନ ରାତିରେ ବିଗ୍ରହମାନଙ୍କୁ ଖଡ଼ି ଲେପ ଦିଆଯାଏ ।
#ଓଷୁଅ_ଲାଗି ଓ #ରାଜ_ପ୍ରସାଦ_ବିଜେ* ଆଷାଢ଼ କୃଷ୍ଣ ଦ୍ୱାଦଶୀ): ମହାପ୍ରଭୁଙ୍କର ଦେହରେ ଯେଉଁ ଔଷଧ ଲାଗି ହୁଏ ତାହା ଏକ ସ୍ୱତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ ହୁଏ । ରାଶି ତେଲରେ ଝୁଣା, କର୍ପୂର, କସ୍ତୁରୀ ଓ କେତେକ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ ଏହା ରନ୍ଧାଯାଏ । ଶ୍ରୀଅଙ୍ଗରୁ ଯେଉଁ ଔଷଧ, କରାଳ, ଚନ୍ଦନ ଓ ପାଟଡୋର ଝରି ପଡ଼େ ତାହା ରୂପାଥାଳିରେ ସଂଗ୍ରହ ହୁଏ । ଏହାକୁ ନିର୍ମାଲ୍ୟ କୁହାଯାଏ । ୟାକୁ ନେଇ ଦଇତାପତି ଓ ପତିମହାପାତ୍ର ସେବକମାନେ ଶ୍ରୀନହରକୁ ଯାଇ ଜଗନ୍ନାଥଙ୍କ ସୁସ୍ଥ ହେବା ଖବର ଦିଅନ୍ତି ।
# *ଅଣସର_ତ୍ରୟୋଦଶୀ*: (ଆଷାଢ଼ କୃଷ୍ଣ ତ୍ରୟୋଦଶୀ): ଶ୍ରୀ ଜୀଉମାନଙ୍କର ଘଣା ଲାଗି ଓ ପାଟ ଡୋରୀ ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି ହୁଏ । ଗହମ ଗୁଣ୍ଡ କନାରେ ଛଣାହୋଇ ଖଳି ପ୍ରସାଦ ପ୍ରସ୍ତୁତ କରାଯାଏ । ଏବଂ ଶଙ୍ଖକୁ ପୋଡି ଯେଉଁ ଭସ୍ମ ବାହାରେ ତାହା ଖଡ଼ି ପ୍ରସାଦ ଭାବେ ବିଦିତ ।
# *ବନକ_ଲାଗି*: (ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ): ଦତ୍ତ ମହାପାତ୍ର ସେବକମାନେ ଗାଢ଼ ହେଙ୍ଗୁଳ, ଶୁଦ୍ଧ ଶଙ୍ଖ, ଅଅଁଳା, ତମ୍ବା, କଜ୍ୱଳ, କୁଙ୍କୁମ, ହରିତାଳ, ଫୁଲ ଖଡ଼ି ଗୁଣ୍ଡ କରି ରାଶି ତେଲ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରନ୍ତି । ବନକ ଲାଗିରେ ଶ୍ରୀଜୀଉମାନଙ୍କର ରୂପ କାମ କରାଯାଏ ।
# *ଚକା_ଅସରପ*: ନୂତନ କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ଶାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନକୁ ବିଗ୍ରହଙ୍କୁ ଲାଗି କରାଯାଏ । ଏହାକୁ ଚକା ଅସରପ ନୀତି କୁହାଯାଏ । ଏହି ଦିନ ହିଁ ଅଣସରରର ଶେଷ ଦିବସ ।
# *ନବଯୌବନ_ଦର୍ଶନ*: ଆଷାଢ଼ ଅମାବାସ୍ୟା (ଉଭା ଅମାବାସ୍ୟା): ଏହିଦିନ ନୂତନ ଚିତ୍ରିତ ଠାକୁରମାନେ ସର୍ବସାଧାରଙ୍କୁ ଦର୍ଶନ ଦିଅନ୍ତି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking