39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ

ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ

କେନ୍ଦ୍ରାପଡ଼ା : କରୋନା ମହାମାରୀ ପାଇଁ ଏଥର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ । ରଥଯାତ୍ରା ବନ୍ଦ ସତ୍ତ୍ୱେ ମନ୍ଦିରରେ ଠାକୁରଙ୍କ ରୀତିନୀତି ହେବ ବୋଲି ସୁଚନାମିଳିଛି । ଏ ନେଇ ସୂଚନା ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ।
ଦିନକୁ ଦିନ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ କରାଯାଇଛି । ବତ୍ତର୍ମାନ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୮୬କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୬୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୯ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଳ୍‌ରେ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପଟେ, ପୁରୀ ରଥଯାତ୍ରା ପ୍ରସଙ୍ଗରେ ସମସ୍ତଙ୍କ ନଜର ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି। ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବ କି ନାହିଁ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ଉପରେ ନିର୍ଭର କରେ। ଆଜି ପ୍ରଧାନ ବିଚାରପତି ଶରଦ ଏସ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ପରେ ଚିତ୍ର ସ୍ପଷ୍ଟ ହେବା ସମ୍ଭାବନା ରହିଛି। ଗତ ସପ୍ତାହକ ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ସପକ୍ଷରେ ଏବଂ ବିପକ୍ଷରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ସୁପ୍ରିମକୋର୍ଟରେ ୭ଟି ମାମଲା ଦାଖଲ ହୋଇଛି।
https://onakhabar.com/2020/06/18/lord-jagannath-now-cure/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking