33.1 C
Bhubaneswar
Thursday, April 25, 2024
Homeଓଡିଶାସ୍କୁଲରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଲା, ୮୬ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

ସ୍କୁଲରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଲା, ୮୬ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆପଡା : ନୂଆପଡ଼ା ଜିଲ୍ଲାରେ ଖରାଛୁଟି ପରେ ସ୍କୁଲ ଖୋଲିବା ପ୍ରଥମ ଦିନରେ ବହୁ ସ୍କୁଲରେ ଶିକ୍ଷକମାନେ ଅନୁପସ୍ଥିତ ରହିଥିଲେ । ଏନେଇ ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ନୂଆପଡ଼ା ଓ କୋମନା ବ୍ଲକରେ ଅନୁପସ୍ଥିତ ଥିବା ୮୭ ଶିକ୍ଷକଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି ।

ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖରାଛୁଟି ପରେ ଚଳିତ ମାସ ୧୭ ତାରିଖ ସ୍କୁଲ ଖୋଲାଯାଇଥିଲା । ଶିକ୍ଷା ବିଭାଗ ପକ୍ଷରୁ ୩୪ ଜଣିଆ କମିଟି ଗଠନ କରାଯାଇ ଉଭୟ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ବହୁ ସ୍କୁଲରେ ଶିକ୍ଷକମାନେ ଅନୁପସ୍ଥିତ ରହିଥିଲେ । ଏହା ପରେ ନୂଆପଡ଼ା ଓ କୋମନା ବ୍ଲକ ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ କୋମନା ବ୍ଲକର ୩୬ ଜଣ ଶିକ୍ଷକ ଓ ନୂଆପଡ଼ା ବ୍ଲକର ୫୦ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking