37.2 C
Bhubaneswar
Friday, April 19, 2024
Homeଅପରାଧଯାଞ୍ଚ ବେଳେ ପୁଲିସ ଉପରକୁ ଗୁଳିମାଡ଼: ଯୁବକ ଗିରଫ

ଯାଞ୍ଚ ବେଳେ ପୁଲିସ ଉପରକୁ ଗୁଳିମାଡ଼: ଯୁବକ ଗିରଫ

ବ୍ରହ୍ମପୁର: ଟାଉନ୍ ଥାନା ପୁଲିସ ଯାଞ୍ଚ ସମୟରେ ଯୁବକ ଜଣଙ୍କ ପୁଲିସ ଉପରକୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଥାନାର ଏସ୍‌ଆଇ ଜ୍ଞାନରଞ୍ଜନ ସେଠୀଙ୍କ ଉପରକୁ ଅଭିଯୁକ୍ତ ଜଣଙ୍କ ଗୁଳି ଫୁଟାଇଥିବା ବେଳେ ତାହା ଫୁଟି ନଥିଲା । ଏହି ଘଟଣାରେ ପୁଲିସ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପୁରୁଣା ଖ୍ରୀଷ୍ଟିୟାନ ସାହିର ସନ୍ଦୀପ କୁମାର ସାହୁଙ୍କୁ ଗିରଫ କରିଛି । ଏହା ସହ ବନ୍ଧୁକ ଚାଲାଣ କାରି ବଡ଼ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁରର କୈଳାସ ଚନ୍ଦ୍ର ମହାନ୍ତି ଓରଫ ବୁଡୁଙ୍କୁ ମଧ୍ୟ ପୁଲିସ କରିଫ କରିଛି । ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୫ଟି ଜୀବନ୍ତ ଗୁଳି ଜବତ କରିଛି ।

ଆଜି ମାମଲା ନଂ ୯୫/୨୨ରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ କହିଛି । ପରେ ତାଙ୍କୁ କୋର୍ଟ ନିର୍ଦ୍ଦେଶରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗତ କାଲି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଟାଉନ୍ ଥାନାର ଏସ୍‌ଆଇ ଜ୍ଞାନରଞ୍ଜନ ସେଠୀ ଗାଡ଼ି ଯାଞ୍ଚ କରୁଥିଲେ । ଏହି ସୟମରେ ପୁଲିସକୁ ଦେଖି ଅଭିଯୁକ୍ତ କୈଳାସ ଚନ୍ଦ୍ର ମହାନ୍ତି ଓରଫ ବୁଡୁ ଗାଡ଼ି ବୁଲାଇ କ୍ଷିପ୍ର ଗତିରେ ପଳାଇଥିଲେ । ଏହା ପରେ ପୁଲିସ ତାଙ୍କୁ ପିଛା କରିବାରେ ଲାଗିଲେ । ଅଭିଯୁକ୍ତ ବୁଡୁ ଏସ୍‌ଆଇ ଜ୍ଞାନରଞ୍ଜନ ସେଠୀଙ୍କ ଉପରକୁ ଗୁଳି ଚଲାଇଥିଲେ । କିନ୍ତୁ ସୌଭାଗ୍ୟବଶତ କିଛି ଯାନ୍ତ୍ରିକ ସମସ୍ୟା ଯୋଗୁଁ ଗୁଳିଟି ଫୁଟିନଥିବା ପୁଲିସ କହିଛି ।

ଏହା ପରେ ପୁଲିସ ତାଙ୍କୁ କାବୁ କରି ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୫ଟି ଜୀବନ୍ତ ଗୁଳି, ଗୋଟିଏ ସ୍କୁଟି ସହ ଏକ ମୋବାଇଲ୍ ଜବତ କରି ପୁଲିସ ପଚରାଉଚରା କରିଥିଲା । ଉକ୍ତ ବନ୍ଧୁକକୁ ସେ ସନ୍ଦୀପ କୁମାର ସାହୁ ଓରଫ ମୋଗଲିଙ୍କ ନିକଟରୁ କିଣିଥିବା ପୁଲିସ କହିଥିଲେ । ବନ୍ଧୁକ ଚାଲାଣ କାରି ସନ୍ଦୀପଙ୍କୁ କାବୁ କରିବା ନିମନ୍ତେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ପୁଲିସ ଅଭିଯୁଙ୍କ ମୋବାଇଲ ଟ୍ରାକିଂ କରି ଗତ କାଲି ବିଳମ୍ବିତ ରାତିରେ ଭୁବନେଶ୍ୱର କଳିଙ୍ଗ ବିହାରରୁ ବନ୍ଧୁକ ଚାଲାଣକାରୀ ମୋଗଲିଙ୍କୁ କାବୁ କରିଥିଲେ । ବୁଡୁଙ୍କ ନାମରେ ପୂର୍ବରୁ ବ୍ରହ୍ମପୁର ସହରର ବିଭିନ୍ନ ଥାନାରେ ପାଞ୍ଚଟି ମାମଲା ଥିବା ପୁଲିସ କହିଛି । ଅଭିଯୁକ୍ତଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣିବା ପଛରେ ଥିବା ଷଡ଼ଯନ୍ତ୍ରକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking