*ମା,ବାପାଙ୍କ ଦୁଃଖ*

daughter in law kicked out old father from house

ଜଣେ ବୟସ୍କ ମା ମୋତେ ତାଙ୍କ କରୁଣ କଣ୍ଠରେ ହୃଦୟର ପୀଡ଼ାକୁ ଜଣାଇବାକୁ ଯାଇ କହିଲେ,ପୁଅ ଟିକେ ଶୁଣିବ ? *ମୋ ପିଲାମାନେ ଆଜିକାଲି ମୋତେ ତାଙ୍କ ପାଖରେ ରଖିବାକୁ ଭଲ ପାଉନାହାଁନ୍ତି* । ମୁଁ ଯେଉଁ ପିଲା ପାଖକୁ ଯାଉଛି ଅନୁଭବ କରୁଛି ମୁଁ ଯେପରି ତାଙ୍କ ମୁଣ୍ଡ ଉପରେ ଗୋଟେ ବିରାଟ ବୋଝ । *ମୁଁ ମୋର ଏ ଦୁଃଖକୁ ବାହାରେ କାହାକୁ କହି ପାରୁନି କି ଭିତରେ ତାକୁ ସହି ପାରୁନି ।* କଣ କରିବି କଣ କରିବି ଭାବି ଭାବିକି ଚିନ୍ତାରେ ଚିନ୍ତାରେ ମୋ ଦିନ ଯାଉଛି । ମା ଏ କଥା କହି କାନ୍ଦି ପକାଇଲେ ।😭😭 । ମୁଁ ଦେଖିଲେ ସେ ମା’ଙ୍କ ପାଖରେ ଖାଇବାକୁ ଖାଦ୍ୟ ଅଛି, ପିନ୍ଧିବାକୁ ବସ୍ତ୍ର ଅଛି ଓ ରହିବାକୁ ବାସ ଗୃହ ମଧ୍ୟ ଅଛି । *ପୁଣି କ’ଣ ତାଙ୍କର ଅଭାବ ଅଛି ଯେ ଯେଉଁଥି ପାଇଁକି ଏତେ ଦୁଃଖରେ ପୀଡ଼ାରେ ତାଙ୍କ ଦିନ ଯାଉଛି ।* ସେ ନିଶ୍ଚୟ ମନରେ ଆଉ ଅଧିକ କିଛି ଆଶା କରୁଛନ୍ତି । ତାଙ୍କୁ କହିଲି ମା ଶୁଣ । ଏପରି ପରିସ୍ଥିତିକୁ ଶୁଦ୍ଧାରିବାକୁ ହେଲେ ପିଲାମାନଙ୍କର ହୃଦୟବତ୍ତାର ବିକାଶ ଏବଂ ତା’ସହିତ ବାପା ମାଙ୍କୁ ପୂର୍ବରୁ ଏ ଦିଗରେ ବହୁତ କିଛି ଶିଖିବାର ଆବଶ୍ୟକତା ରହିଛି । କିନ୍ତୁ ଏହା ଯଥେଷ୍ଟ ନୁହେଁ କି ଯଥାର୍ଥ ନୁହେଁ । *ଉପଯୁକ୍ତ ଉପାୟ ହେଉଛି ସମସ୍ତଙ୍କୁ ବେଳ ଥାଉ ଥାଉ ଗୋଟେ ମନ ତିଆରି କରିବାର ଅଛି* । ଯେଉଁ ମନକି ନିଜ ସୁଖ ପାଇଁ ଏମିତି କି ପୁଅ ହେଉ କି ଝିଅ ବାହାରେ କାହା ଉପରେ ନିର୍ଭରଶୀଳ ହେଉ ନଥିବ । ମୋତେ ସମସ୍ତେ ଭଲ ପାଆନ୍ତୁ କି ସମ୍ମାନ ଦିଅନ୍ତୁ ଭିକାରୀ ପରି ଆଶା କରି ବସୁ ନଥିବ । ମନଟି ସୁଖ ପାଇଁ ଅନ୍ୟ ଉପରେ ନିର୍ଭର କରୁନଥିବ । ସୁଖ, ଦୁଃଖ,ନିନ୍ଦା ପ୍ରଶଂସାକୁ ସହନ କରିବାର କ୍ଷମତା ଥିବ । ସମସ୍ତେ ମୋ ଇଚ୍ଛାକୁ ପୂରଣ କରନ୍ତୁ,ମୋ କଥାକୁ ମାନି ଚଳନ୍ତୁ ଭିତରେ ଏମିତି ଚାହୁଁ ନଥିବ । କାହାକୁ ମୋର କହି ଅଧିକାର କରୁନଥିବ । ସବୁ ପରିସ୍ଥିତିରେ ଶାନ୍ତ,ସ୍ଥିର ରହିବାର କଳା ତା’ପାଖରେ ଥିବ । *ଏପରି ଏକ ଶିକ୍ଷିତ ମନ ଯେ ପର୍ଯ୍ୟନ୍ତ ତିଆରି ନହୋଇ ପାରିବ, ବର୍ତ୍ତମାନ ଏ ସମସ୍ୟାକୁ ସମାଧାନ କରିବା ସମ୍ଭବ ହେବ, ଏପରି ଭାବିବା ଭୁଲ ହେବ* । ମା ଟି କହିଲେ ଠିକ କଥା । ମନକୁ ପାଉଛି । ମୁଁ ତ ଏବେ ସମସ୍ତଙ୍କୁ ମୋର କହି ତାଙ୍କ ଠାରୁ କେତେ କଣ ଆଶା କରି ବସିଛି । *ଏବେ ଏଥିରୁ ମୁକୁଳିବା ଭାରି କଷ୍ଟ ଅନୁଭବ ହେଉଛି* । ମା’ ଜଣଙ୍କ କହିଲେ ସମୟ ଥିଲେ କରି ଥାନ୍ତି । ଏବେ କିନ୍ତୁ ନେଡି ଗୁଡ଼ କହୁଣୀକୁ ବୋହି ଗଲାଣି । ମୁଁ ବୁଢ଼ୀ ହୋଇ ଗଲାଣି । କେଜାଣି ସମୟ ଥାଉ ଥାଉ ଯଦି ଏତିକି ଜାଣିଥାନ୍ତି ,ସତରେ ସେମିତି ଗୋଟେ ମନ ତିଆରି କରିବାରେ ଲାଗି ପଡି ଥାନ୍ତି । *ଅନ୍ୟ ଉପରେ ନିର୍ଭର କରିବା ଯେ ଏତେ କଷ୍ଟ ଏବେ ଅନୁଭବ କରି ପାରୁଛି ।* ମା ଟି କହିଲେ ମୁଁ ଦେଖୁଛି ଆଗକୁ ତୁମ ମାନଙ୍କ ପାଇଁ ମଧ୍ୟ ଏହି ଭଳି ସମୟ ଆସୁଛି । ସମସ୍ୟା ତୁମ ଆଡକୁ ମାଡି ଆସୁଛି । ତୁମେ ସବୁ ନିଜକୁ ଏପରି ଶିକ୍ଷା ଦିଅ ଯେ ସବୁ ପରିସ୍ଥିତିରେ ଅବଚଳିତ ରହି ପାରିବ । ମୁଁ ଆଉ ପାରିବି ନାହିଁ । ଭାବୁଛି ମରିଗଲେ ଭଲ । କିନ୍ତୁ କଣ କରିବି ଅପେକ୍ଷା କରୁଛି,ମୃତ୍ୟୁ କେଉଁ ଦିନ ଆସିବ ଆଉ ମୋତେ ନେଇ ଯିବ । *ପ୍ରାର୍ଥନା କରୁଛି ସମସ୍ତେ କେମିତି ନିଜକୁ ଏମିତି ଗଢ଼ନ୍ତୁ, ବାହାରୁ ସୁଖ ଆଶା ନକରି ନିଜ ଠାରେ ନିଜେ ସୁଖରେ ରୁହନ୍ତୁ ।* ମା ଜଣଙ୍କ ମୋ ପାଖରେ ଏତିକି କହିଲେ ଓ ନୀରବ ହୋଇ ଗଲେ । ଏବେ କଥା ରହିଲା ଆମେ କେମିତି ଏପରି ଏକ ମନ ଗଢିବା ଯାହାକୁ କି ବାହାରର କୌଣସି ପରିସ୍ଥିତି ସ୍ପର୍ଶ କରି ପାରିବ ନାହିଁ । *ସମସ୍ୟା ତା’ର ସେ ଆସିବ ଓ ଚାଲିଯିବ କିନ୍ତୁ ମନ ତା’ସ୍ଥାନରେ ଶାନ୍ତ,ସ୍ଥିର ରହି ପାରିବ ?? ଏହା କେମିତି ସମ୍ଭବ ??* ସମାଧାନ ପାଇଁ ଲାଗି ପଡନ୍ତୁ । ଅନୁସନ୍ଧାନ ଜାରି ରଖନ୍ତୁ । *ସମସ୍ତଙ୍କର ବୋଧ ଶକ୍ତି ଜାଗ୍ରତ ହେଉ,ଖୁବ ମଙ୍ଗଳ ହେଉ ।* 🙏🌻🙏 ।

LEAVE A REPLY

Please enter your comment!
Please enter your name here