କ୍ଷୁଦ୍ର ଚଳଚ୍ଚିତ୍ର’ସମ୍ପର୍କର ବୋଝ’ର ଶୁଭ ମହୁରତ

ଯାଜପୁର : ନରସିଂହପୁର ସ୍ଥିତ ଧନେଶ୍ୱର ମନ୍ଦିର ପ୍ରାଙ୍ଗଣରେ କ୍ଷୁଦ୍ର ଚଳଚ୍ଚିତ୍ର’ସମ୍ପର୍କର ବୋଝ’ର ଶୁଭ ମହୁରତ ହୋଇଯାଇଅଛି ।ଏହି ଚଳଚ୍ଚିତ୍ର ମାଧ୍ୟମରେ ସମାଜକୁ ବାର୍ତା ଦେବା ପାଇଁ ଏମ. ବି ଟି.ଭି ପକ୍ଷରୁ ପ୍ରୟାସ କରାଯାଇଛି ।ସମାଜ ରେ ବାପା ମା’ମାନଙ୍କୁ ଅବହେଳିତ କରୁଥିବା ପିଲାମାନଙ୍କୁ ସଚେତନତା କରିବା ପାଇଁ ଏହା ଏକ ସୁନ୍ଦର ପ୍ରୟାସ । ସାଧାରଣତଃ ପିଲାମାନେ ବାହାହେଲା ପରେ ବାପା ମା’ଙ୍କ କଷ୍ଟକୁ ଭୁଳିଯାନ୍ତି ।ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ସୁରେଶ ରାଜ ଓ ସଙ୍ଗୀତକୁ ସଜେଇଛନ୍ତି ଓଡ଼ିଶାର ଆଗଧାଡ଼ିର ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ ।
ଏ ଗୀତକୁ ଗାଇଛନ୍ତି ଶିଶୁ କଣ୍ଠଶିଳ୍ପୀ ମାଷ୍ଟର ଦେବେଶ୍ୱର ଓ ସତ୍ୟମ ସୁନ୍ଦର । ଏଥିରେ ପୂର୍ବତନ ସାଂସଦ ଅଞ୍ଚଳ ଦାସ ଙ୍କ ସମେତ ଯାଜପୁର ର ବହୁ ପ୍ରତିଭାବାନ କଳାକାର ଅଭିନୟ କରିଛନ୍ତି । ଏହାକୁ ପ୍ରଶାନ୍ତ ଗେଡି ପରିଚାଳନା କରିଛନ୍ତି ଏବଂ କ୍ୟାମେରାରେ ଏସଜେ ସାନୁ ଦାୟିତ୍ୱ ପରିବହନ କରିଛନ୍ତି । ଶୂଟିଂ ଆରମ୍ଭ କରାଯାଇ ଖୁବ ଶୀଘ୍ର ରିଲିଜ ହେବ ବୋଲି ପ୍ରଯୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here