34.1 C
Bhubaneswar
Thursday, April 25, 2024
Homeଓଡିଶାଖୁସି ଖବର: ଏଥର ଖୋଲିବ ମଲ୍

ଖୁସି ଖବର: ଏଥର ଖୋଲିବ ମଲ୍

ଭୁବନେଶ୍ୱର: କୋଭିଡ କଟକଣା ସହିତ ଭୁବନେଶ୍ୱରରେ ସପିଂ ମଲ ଖୋଲିବ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଅନୁମତି ପ୍ରଦାନ କରାଯାଇଛି । ବିଏମ୍‌ସି ସପିଂ ମଲ ଖୋଲିବା ନେଇ ଏସ୍‌ଓପି ଜାରି କରିଛି । ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଏସଓପିରେ କୁହାଯାଇଛି ଯେ, ମଲ ପରିସରରେ ଫୁଡ କୋର୍ଟ/ଇଟେରୀ ଆଇଟମ ଖୋଲିବ ନାହିଁ । ଗେମ ଜୋନ, ପିଲାଙ୍କ ପାଇଁ ଖେଳିବା ଏରିଆ ବନ୍ଦ ରହିବ । ସେହିପରି ମଲ ଭିତରେ ଥିବା ସିନେମା ହଲ ଓ ଫନ ଜୋନ ମଧ୍ୟ ବନ୍ଦ ରହିବ । ମଲ ଭିତରେ ସମସ୍ତ ପ୍ରକାର ପ୍ରମୋସନାଲ କାର୍ଯ୍ୟକଳାପ ମନା ରହିବ । ଷ୍ଟାଫ ଓ ଗ୍ରାହକ ମଲ ଭିତରେ ୬ ଫୁଟର ସାମାଜିକ ଦୂରତା ବଜାୟ ରଖିବେ । ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।
ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ, କର୍ମଚାରୀ ଓ ଗ୍ରାହମାନେ ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରନ୍ତୁ । ଯଦି ‘ସଚେତକ ଆପ୍‌’ ଡାଉନଲୋଡ଼ କରି ନାହାନ୍ତି, ତାହେଲ ଏହା ଶୀଘ୍ର କରନ୍ତୁ । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ହେବ । ଜ୍ୱର ଓ ଥଣ୍ଡା ହୋଇଥିଲେ ପ୍ରବେଶ ସପିଂ ମଲକୁ ଯାଇପାରିବେ ନାହିଁ । ଉଭୟ ବ୍ୟବସାୟୀ ଓ ଗ୍ରାହକ ମଲ ଭିତରେ ମଧ୍ୟ ଭଲଭାବରେ ମାସ୍କ ପିନ୍ଧିବେ । ମଲ କର୍ତ୍ତୃପକ୍ଷ କୋଭିଡ କମ୍ପଲାଏଡ ଅଧିକାରୀ ଭାବେ ଜଣଙ୍କୁ ଦାୟିତ୍ୱ ଦେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking