34.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ଚିନ୍ତା : କେନ୍ଦ୍ରାପଡ଼ାରେ ୫ ଘଣ୍ଟା ଖୋଲିବ ଦୋକାନ

କରୋନା ଚିନ୍ତା : କେନ୍ଦ୍ରାପଡ଼ାରେ ୫ ଘଣ୍ଟା ଖୋଲିବ ଦୋକାନ

କେନ୍ଦ୍ରାପଡ଼ା : ଲକଡାଉନରୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନକୁ ବାଦ୍ ଦିଆଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଗ୍ରୋସରୀ ଓ ପନିପରିବା ତଥା ଫଳମୂଳ ବିକ୍ରି କରୁଥିବା ଦୋକାନ। ସେହିପରି ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ବିକ୍ରି କରୁଥିବା ଦୋକାନଗୁଡ଼ିକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି। କିଛି ନୀତିନିୟମ ଲାଗୁ କରି ସେଗୁଡ଼ିକୁ ଖୋଲା ରଖାଯାଇଛି। ଏଗୁଡ଼ିକ ଦିନ ସାରା ଖୋଲା ରହିପାରିବ। ଏମିତିକି ରାତିରେ ବି ଖୋଲା ରହୁଛି। ତେବେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏ ଦିଗରେ ଆଉ ଟିକେ କଠୋର ହୋଇଛନ୍ତି। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ରାପଡ଼ା ସହରରେ ଆଜିଠାରୁ କେବଳ ୫ ଘଣ୍ଟା ପାଇଁ ଏହି ସବୁ ଦୋକାନ ଖୋଲା ରହିବ। ସକାଳ ୬ଟାରୁ ୧୧ ପର୍ଯ୍ୟନ୍ତ ଏଗୁଡ଼ିକ ‌ଖୋଲା ରହିବ। ଏହି ସମୟ ମଧ୍ୟରେ ଲୋକେ ଆବଶ୍ୟକୀୟ ଜିନିଷ କିଣିପାରିବେ। ପୂର୍ବଭଳି ଆଉ ଦିନ ସାରା ଦୋକାନ ଖୋଲା ରହିବ ନାହିଁ। ତେବେ ଏହି ନୂଆ କଟକଣାରୁ ଔଷଧ ଦୋକାନଗୁଡ଼ିକୁ ବାଦ୍ ଦିଆଯାଇଛି। ଦିନ ସାରା ଦୋକାନ ଖୋଲା ରହିବାରୁ ଲୋକେ ଏଗୁଡ଼ିକରେ ଭିଡ଼ ଜମାଉଥିବା ଜିଲ୍ଲା ପ୍ରଶାସନ ଦେଖିବାକୁ ପାଇଥିଲା। କାମ ନ ଥିଲେ ବି ଲୋକେ ବାହାନା ଦେଖାଇ ବାହାରକୁ ଆସୁଥିଲେ। ଏଣୁ ଲକଡାଉନ୍ ନିୟମକୁ ଜିଲ୍ଲା ପ୍ରଶାସନ କଡ଼ାକଡ଼ି ଭାବେ ପାଳନ କରିବାକୁ ଏମିତି ନିଷ୍ପତ୍ତି ନେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking