40.1 C
Bhubaneswar
Thursday, April 25, 2024
Homeଅପରାଧରାଜଧାନୀରେ ପୁଣି ଗୁଳିକାଣ୍ଡ : ବସ ମାଲିକଙ୍କୁ ଆକ୍ରମଣ

ରାଜଧାନୀରେ ପୁଣି ଗୁଳିକାଣ୍ଡ : ବସ ମାଲିକଙ୍କୁ ଆକ୍ରମଣ

ଭୁବନେଶ୍ୱର: ଦିନକୁ ଦିନ ହତ୍ୟା ଆତ୍ମହତ୍ୟ ଭଳି ଘଟଣା ବଢିବାରେ ଲାଗିଛି । କେବେ ଗୋଷ୍ଠୀ ସଂଘର୍ଷରୁ ମାରପିଟ , ହତ୍ୟା ,ଗୁଳିକାଣ୍ଡ ତ କେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏଭଳି ଅଭାବନୀୟ ଘଟଣା ଘଟିଥାଏ । ତେବେ ରାଜଧାନୀ ଭୁବନେଶ୍ୱରରେ ହତ୍ୟା ଏବଂ ଗୁଳିକାଣ୍ଡ ଭଳି ଘଟଣା ବଢିବାରେ ଲାଗିଛି । କିଛିଦିନ ପୂର୍ବରୁ ନୟାପଲ୍ଲୀ ଅଞ୍ଚଳରେ କିଛି ଦୁବୃତ୍ତ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିବା ବେଳେ ଆଜି ଖଣ୍ଡଗିରି ଥାନା ଅଧୀନରେ ଯାଉଥିବା ଆଇଗିଣିଆ ଛକରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ଦିନ ଦ୍ୱିପ୍ରହରରେ ଆଇଗିଣିଆ ଅଞ୍ଚଳର ଜଣେ ବସ ମାଲିକଙ୍କୁ ଆକ୍ରମଣ ହୋଇଛି । ଗୁଳିକାଣ୍ଡରେ ବସ ମାଲିକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ବସ ମାଲିକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହି ଗୁଳିକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ସଂଘବଦ୍ଧ ଭାବେ ବସ ମାଲିକଙ୍କୁ ଆକ୍ରମଣ କରିଛନ୍ତି । ତେବେ ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
https://onakhabar.com/2020/03/08/pranay-murder-case-father-of-girl-maruthi-committed-suicide/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking