ବିଜୁ ଜନତା ଦଳ ତରଫରୁ ଶୋକସଭା

ବଲାଙ୍ଗିର: ଗତ ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ସ୍ବର୍ଗତ ବିଜୟ ପ୍ରଧାନୀ ଙ୍କ ଅକାଳ ବିୟୋଗ ଘଟିଯାଇଛି । ତାଙ୍କର ଅକାଳ ବିୟୋଗରେ ସାରା ଜିଲ୍ଲାରେ ବିଭିନ୍ନବ୍ୟକ୍ତି ଓ ଅନୁଷ୍ଠାନ ଶୋକ ପ୍ରକଟ କରିଥିଲେ । ସେହି କ୍ରମରେ ଆଜି ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ଶୈଳଶ୍ରୀ ପେଲେସ୍ ଠାରେ ତାଙ୍କର ଅମରଆତ୍ମାର ସଦଗତି କାମନା କରି ଏକ ଶୋକସଭା ପାଳନ ହୋଇ ଯାଇଛି। ଏହି ସଭାରେ ବରିଷ୍ଠ ସଦସ୍ଯ ଓମକାର ନାୟକ ସଭାପତିତ୍ୱ ଅନୁଷ୍ଠିତ ହୋଇଥିବା ବେଳେ ସ୍ବର୍ଗତ ବିଜୟ ପ୍ରଧାନୀ ଙ୍କୁ ଜଣେ ଆଦୀବାସୀ ନେତା ଭାବରେ ଅପ୍ରତିଦ୍ଵନ୍ଦୀ ଯୁବନେତା ବୋଲି ଆଖ୍ଯା ଦେଇ ସ୍ରୁତିଚାରଣ କରିଥିଲେ । ଏହି ସଭାରେ ଦେଓଗାଁ ବ୍ଲକର ଶୁଶିଲ କୁମାର ଚାନ୍ଦ, ଲକ୍ଷ୍ମଣ ମେହେର, ପ୍ରଦୀପ ସାହୁ, ସମ୍ଭୁ ନାଗ, ନରସିଂହ ବାଗ, ବାଲାଜୀ ପଣ୍ଡା, ଶିବ ବେହେରା, ସନ୍ତୋଷ ଦନ୍ତା, ଜିତେନ୍ଦ୍ର ସ୍ବାଇଁ, ଧିରୁ ବନ୍ଛୋର , ମାନସ ପଟ୍ଟନାୟକ, ରାମ ନାଏକ, ନରହରି ରାଉତ, ରାଜିବ ଦାସ, ସଞ୍ଜିବ ପଢିଆରି, ନିଲିମା ପୁଟେଲ, ଦିପକ ପଣ୍ଡା, ତେଜରାଜ ଚୌଧୁରୀ, ସଞିବ ନାଥ, କୁଞ୍ଜ କଠାର, ରାଜୁ ମେହେର, ପ୍ରେମଜିତ ଜୋଷୀ , ଭରତ ପୁରଷେଠ ଙ୍କ ସହିତ ବିଜୁ ପରିବାର ର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here