29.1 C
Bhubaneswar
Wednesday, April 24, 2024
Homeଅପରାଧରାଜଧାନୀରେ ଚାଞ୍ଚଲ୍ୟ: ଥାନାରେ ନାବାଳକଙ୍କୁ ନିସ୍ତୁକ ମାଡ଼ !

ରାଜଧାନୀରେ ଚାଞ୍ଚଲ୍ୟ: ଥାନାରେ ନାବାଳକଙ୍କୁ ନିସ୍ତୁକ ମାଡ଼ !

ଭୁବନେଶ୍ୱର: ଥାନା ପରିସରରେ ଜଣେ ନାବାଳକଙ୍କୁ ପୁଲିସ ନିସ୍ତୁକ ମାଡ଼ ମାରିଥିବା ଚର୍ଚ୍ଚା ହେଉଛି । ପୁଲିସ ସମ୍ପୃକ୍ତ ନାବାଳକଙ୍କୁ ରାସ୍ତାରୁ ଥାନାକୁ ଘୋଷାଡ଼ି ଘୋଷାଡ଼ି ନେବାର ଦୃଶ୍ୟ ଥିଲେ ବି ମାଡ଼ ମାରିଥିବା ଦୃଶ୍ୟ ନାହିଁ । ନାବାଳକଙ୍କୁ ପୁଲିସ ଥାନା ହାଜତରେ ମାରିଥିବା ଜଣାପଡ଼ିଛି । ତେଣୁ ଥାନାର ସିସିଟିଭି ଫୁଟେଜ୍ ଯାଞ୍ଚ ହେଲେ ସତ୍ୟାସତ୍ୟ ଜଣାପଡ଼ିବ । ଯଦିଓ ପୁଲିସ ମାଡ଼ରେ ନାବାଳକଙ୍କ କିଛି କ୍ଷତ ସୃଷ୍ଟି ହୋଇନାହିଁ, ହେଲେ ଗୋରୁଗାଈ ଭଳି ମାଡରେ ସେ ଘାଇଲା ହୋଇଯାଇଛନ୍ତି । ଏଭଳି ଘଟଣା କମିଶନରେଟ୍ ପୁଲିସର ମଞ୍ଚେଶ୍ୱର ଥାନାରେ ବୁଧବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ବୁଧବାର ମଞ୍ଚେଶ୍ୱର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଖବରପାଇ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିଥିଲା ।

ସେଠାରେ ବୁଲୁଥିବା ଜଣେ ନାବାଳକକୁ ପୁଲିସ ସନ୍ଦେହରେ ଥାନାକୁ ଆଣିଥିଲା । ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଥାନା ଆଗରେ ପିସିଆର ଭ୍ୟାନ ଲାଗିବା ପରେ ପୁଲିସ କର୍ମଚାରୀମାନେ ସମ୍ପୃକ୍ତ ନାବାଳକଙ୍କୁ ଘୋଷାରି ଘୋଷାରି ଥାନାକୁ ନେଇଥିଲେ । ନାବାଳକ ଜଣକ ମୁଁ ଚୋର ନୁହଁ, ମତେ ଛାଡି ଦିଅ ବୋଲି କହିବାରୁ ପୁଲିସ ତାଙ୍କୁ ମାଡ ମାରିଥିଲା । ଆଜ୍ଞା ମୁଁ ଚୋରି କରିନି, ମୋତେ କାହିଁକି ମାରୁଛ । ମୁଁ ସାରଙ୍କ ଘର ପାଖରେ ଠିଆ ହୋଇଥିଲି ।

ମୋତେ ଚୋର ଭାବି ପିସିଆର ଭ୍ୟାନରେ ଉଠାଇ ଆଣି କାହିଁକି ଏଭଳି ମାଡ ମାରୁଛ ବୋଲି ନାବାଳକ ଚିତ୍କାର କରିଥିଲେ । ଏହାପରେ ପୁଲିସ ତାଙ୍କୁ ହାଜତ ଭିତରେ ପୁରାଇ ଅତି ଅମାନୁଷିକ ଭାବେ ପିଟିଥିଲେ । ପୁଲିସ ମାଡରେ ଚିତ୍କାର କରୁଥିବା ନାବାଳକର ପାଟି ଶୁଣି ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଅଟକି ଯାଇଥିଲେ । ଚୋରି ଅଭିଯୋଗରେ ସନ୍ଦେହରେ କାହାକ ଥାନାକୁ ଆଣିବା ଅପରାଧ ନୁହେଁ । ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନିସ୍ତୁକ ମାଡ ମାରିବା ମାନବାଧିକାର କ୍ଷୁର୍ଣ୍ଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking