40.1 C
Bhubaneswar
Thursday, April 25, 2024
Homeଓଡିଶାଏମ୍‌କେସିଜିର ଶିବାନୀ ପାଇବେ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର

ଏମ୍‌କେସିଜିର ଶିବାନୀ ପାଇବେ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର

ବ୍ରହ୍ମପୁର: ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ପାଇବାକୁ ଏମ୍‌କେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶ ମନୋନୀତ ହୋଇଛନ୍ତି । ଆଗାମୀ ଦିନରେ ଭାରତର ରାଷ୍ଟ୍ରପତିଙ୍କଠାରୁ ଶିବାନୀ ଏହି ପୁରସ୍କାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ୨୦୨୧ର ଏହି ସମ୍ମାନସ୍ପଦ ପୁରସ୍କାର ପାଇଁ ଭାରତୀୟ ନର୍ସିଂ ପରିଷଦ ଶିବାନୀଙ୍କ ନାଁ ସୁପାରିସ କରିଥିଲା । ୨୦୨୧ ପାଇଁ ଏମ୍‌କେସିଜି କର୍ତ୍ତୃପକ୍ଷ ୫ ଜଣ ନର୍ସଙ୍କ ନାମ ସୁପାରିସ କରିଥିଲେ । ଆଗାମୀ ଦିନରେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ନିର୍ଦ୍ଧାରିତ ସଂସ୍ଥା ଦ୍ୱାରା ତାଙ୍କ ଭିଡିଓଗ୍ରାଫି ସୁଟିଂ ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମ୍‌କେସିଜି ଅଧୀକ୍ଷକଙ୍କ ନିକଟକୁ ଚିଠି ଆସିଛି ।

ସୂଚନାଯୋଗ୍ୟ ଯେ ଯାଜପୁର ଟାଉନ କଣ୍ଟାବଣିଆରେ ଜନ୍ମିତ ଶିବାନୀ ଦାଶ ବର୍ତ୍ତମାନ ବ୍ରହ୍ମପୁର ଲୋଚାପଡା ମେଇନରୋଡରେ ରହୁଛନ୍ତି। ସେ ପୂର୍ବରୁ କଲିକତାରେ କାର୍ଯ୍ୟ କରୁଥିବା ବେଳେ ୨୦୦୭ରେ ଏମ୍‌କେସିଜିରେ ଯୋଗ ଦେଇଥିଲେ । କରୋନା ମହାମାରୀ ସମୟରେ ରୋଗୀଙ୍କ ସେବା କରି ଶିବାନୀ ବେଶ ଚର୍ଚ୍ଚାର ପରିସରକୁ ଆସିଥିଲେ । ରୋଗୀଙ୍କ ଦାଢ଼ି କାଟିବା, ସେମାନଙ୍କୁ ଉପଯୁକ୍ତ ସେବା ଦେଇ ବେଶ୍ ପ୍ରଶଂସିତ ହୋଇଥିଲେ । ଏହାବ୍ୟତୀତ ଏମକେସିଜିର ବିଭିନ୍ନ ୱାର୍ଡରେ ଅସହାୟ ରୋଗୀଙ୍କୁ ସେବା କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଏଭଳି ନିସ୍ୱାର୍ଥପର ସେବା ନିମନ୍ତେ ତାଙ୍କୁ ଏହି ସମ୍ମାନସ୍ପଦ ପୁରସ୍କାର ପାଇଁ ଚୟନ କରାଯାଇଛି । ସେ ନର୍ସିଂ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଅବିବାହିତା ରହିଛନ୍ତି । ସେ କହିଛନ୍ତି ଯେ ମେଡିକାଲକୁ ଆସୁଥିବା ସମସ୍ତ ରୋଗୀ ମୋର ଅତି ନିଜର । ସେମାନଙ୍କ ସେବା ହିଁ ମୋର ପ୍ରଥମ କର୍ତ୍ତବ୍ୟ । ଘରର ସଦସ୍ୟ ଭାବି ମୁଁ ସେମାନଙ୍କୁ ସେବା କରିବାକୁ ପସନ୍ଦ କରେ । ମୋତେ ଏଭଳି ସେବା କରିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking