19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଶିବକୁମାର ସବୁଠୁ ଧନୀ ବିଧାୟକ; ଏଡିଆର ରିପୋର୍ଟ

ଶିବକୁମାର ସବୁଠୁ ଧନୀ ବିଧାୟକ; ଏଡିଆର ରିପୋର୍ଟ

ନୂଆଦିଲ୍ଲୀ : କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାର (କଂଗ୍ରେସ) ଦେଶର ସବୁଠାରୁ ଧନୀ ବିଧାୟକ ମାନ୍ୟତାଲାଭ କରିଥିବାବେଳେ ପଶ୍ଚିମବଙ୍ଗର ଜଣେ ବିଜେପି ବିଧାୟକଙ୍କ ସମ୍ପତ୍ତି ସବୁଠାରୁ କମ ବୋଲି ଜଣାପଡିଛି । ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ତଥ୍ୟ ଅନୁଯାୟୀ ଶିବକୁମାରଙ୍କ ସମ୍ପତ୍ତି ପରିମାଣ ୧୪୧୩ କୋଟି ଟଙ୍କା । ତାଙ୍କ ପଛକୁ ତାଲିକାର ଦ୍ୱିତୀୟ ସ୍ଥାନରେ କର୍ଣ୍ଣାଟକର ସ୍ୱାଧୀନ ବିଧାୟକ କେ.ଏଚ୍‌.ପୁଟ୍ଟାସ୍ୱାମୀ (୧୨୬୭ କୋଟି) ଥିବାବେଳେ କର୍ଣ୍ଣାଟକର କଂଗ୍ରେସ ବିଧାୟକ ପ୍ରିୟକ୍ରିଷ୍ଣ ତୃତୀୟ (୧୧୫୬ କୋଟି), ଆନ୍ଧ୍ରପ୍ରଦେଶର ଟିଡିପି ବିଧାୟକ ଏନ.ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ (୬୬୮ କୋଟି), ଗୁଜରାଟର ବିଜେପି ବିଧାୟକ ଜୟନ୍ତୀଭାଇ ସୋମଭାଇ ପଟେଲ ପଞ୍ଚମ (୬୬୧ କୋଟି), କର୍ଣ୍ଣାଟକର କଂଗ୍ରେସ ବିଧାୟକ ବି.ଏସ.ସୁରେଶ ଷଷ୍ଠ (୬୪୮ କୋଟି), ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ବିଧାୟକ ଜଗନ ମୋହନ ରେଡ୍ଡି ସପ୍ତମ (୫୧୦ କୋଟି), ମହାରାଷ୍ଟ୍ରର ବିଜେପି ବିଧାୟକ ପରାଗ ଶାହ ଅଷ୍ଟମ (୫୦୦ କୋଟି), ଛତିଶଗଡର କଂଗ୍ରେସ ବିଧାୟକ ଟି.ଏସ.ବାବା ନବମ (୪୯୮ କୋଟି) ଏବଂ ମହାରାଷ୍ଟ୍ରର ବିଜେପି ବିଧାୟକ ମଙ୍ଗଲପ୍ରଭାତ ଲୋଧା ଦଶମ (୪୪୧ କୋଟି) ରହିଛନ୍ତି ।

ଅପରପକ୍ଷରେ ପଶ୍ଚିମବଙ୍ଗର ବିଜେପି ବିଧାୟକ ନିର୍ମଳ କୁମାର ଧଡା ସବୁଠୁ ଗରିବ ବିଧାୟକଭାବେ ତାଲିକାଭୁକ୍ତ ହୋଇଛନ୍ତି । ତାଙ୍କ ସମ୍ପତ୍ତି ପରିମାଣ ମାତ୍ର ୧୭୦୦ ଟଙ୍କା ହୋଇଥିବାବେଳେ ତାଙ୍କ ପଛକୁ ଗରିବ ବିଧାୟକଙ୍କ ତାଲିକାରେ ଓଡ଼ିଶାର ମାର୍କଣ୍ଡ ମୁଦୁଲି (୧୫,୦୦୦ ଟଙ୍କା) ଦ୍ୱିତୀୟ, ପଞ୍ଜାବର ଆପ୍ ବିଧାୟକ ନରିନ୍ଦର ପାଲ ସିଂହ (୧୮,୩୭୦ ଟଙ୍କା) ତୃତୀୟ, ପଞ୍ଜାବର ଆପ୍ ବିଧାୟକ ନରିନ୍ଦର କୌର ଭାରାଜ୍ (୨୪,୪୦୯ ଟଙ୍କା) ଚତୁର୍ଥ, ଝାଡ଼ଖଣ୍ଡର ଜେଏମ୍‌ଏମ୍ ବିଧାୟକ ମଙ୍ଗଲ କାଳିନ୍ଦୀ (୩୦,୦୦୦ ଟଙ୍କା) ପଞ୍ଚମ, ପଶ୍ଚିମବଙ୍ଗର ଏଆଇଟିସି ବିଧାୟକ ପୁଣ୍ଡରିକାକ୍ଷ ଶାହା (୩୦,୪୨୩ ଟଙ୍କା) ଷଷ୍ଠ, ଛତିଶଗଡର କଂଗ୍ରେସ ବିଧାୟକ ରାମକୁମାର ଯାଦବ (୩୦,୪୬୪ ଟଙ୍କା) ସପ୍ତମ, ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ବିଧାୟକ ଅନିଲ କୁମାର ପ୍ରଧାନ (୩୦,୪୯୬) ଅଷ୍ଟମ, ମଧ୍ୟପ୍ରଦେଶର ବିଜେପି ବିଧାୟକ ରାମ ଡାଙ୍ଗୋରେ (୫୦,୭୪୯ ଟଙ୍କା) ନବମ ଏବଂ ମହାରାଷ୍ଟ୍ରର ସିପିଏମ ବିଧାୟକ ବିନୋଦ ନିକୋଲେ (୫୧,୦୮୨ ଟଙ୍କା) ଦଶମ ସ୍ଥାନ ଅଧିକାର କରିଛନ୍ତି ।

ତେବେ ସବୁଠାରୁ ଅଧିକ ଋଣବୋଝରେ ଭାରାକାନ୍ତ ହୋଇଥିବା ବିଧାୟକଙ୍କ ତାଲିକାରେ କର୍ଣ୍ଣାଟକର କଂଗ୍ରେସ ବିଧାୟକ ପ୍ରିୟକ୍ରିଷ୍ଣ (୮୮୧ କୋଟି ଟଙ୍କା) ଶୀର୍ଷରେ ଥିବାବେଳେ ତାଙ୍କ ପଛକୁ ମହାରାଷ୍ଟ୍ରର ବିଜେପି ବିଧାୟକ ମଙ୍ଗଲପ୍ରଭାତ ଲୋଧା (୨୮୩ କୋଟି) ୨ୟ, କର୍ଣ୍ଣାଟକର ଡି.କେ.ଶିବକୁମାର (୨୬୫ କୋଟି) ୩ୟ, ଗୁଜରାଟର ବିଜେପି ବିଧାୟକ ଜୟନ୍ତୀଭାଇ ସୋମଭାଇ ପଟେଲ (୨୩୩ କୋଟି) ୪ର୍ଥ, ମହାରାଷ୍ଟ୍ରର କଂଗ୍ରେସ ବିଧାୟକ କଦମ ବିଶ୍ୱଜିତ ପତଙ୍ଗରାଓ (୧୨୧ କୋଟି) ୫ମ, ମହାରାଷ୍ଟ୍ରର ଏସ୍‌ଏଚ୍‌ଏସ୍ ବିଧାୟକ ପ୍ରତାପ ବାବୁରାଓ ସରନାଏକ (୧୧୭ କୋଟି) ୬ଷ୍ଠ, କର୍ଣ୍ଣାଟକର ବି.ଏସ.ସୁରେଶ (୧୧୪ କୋଟି) ୭ମ, କର୍ଣ୍ଣାଟକର କଂଗ୍ରେସ ବିଧାୟକ ଡି.ସୁଧାକର (୧୧୩ କୋଟି) ୮ମ, କର୍ଣ୍ଣାଟକର କଂଗ୍ରେସ ବିଧାୟକ ଏ.ସି.ଶ୍ରୀନିବାସ (୧୧୧ କୋଟି) ୯ମ ଏବଂ କର୍ଣ୍ଣାଟକର ବିଜେପି ବିଧାୟକ ମୁନିରତ୍ନ (୧୦୨ କୋଟି) ୧୦ମ ସ୍ଥାନରେ ରହିଛନ୍ତି । ଦେଶରେ ବିଧାୟକଙ୍କ ହାରାହାରି ସମ୍ପତ୍ତି ପରିମାଣ ୧୩.୬୩ କୋଟି ଟଙ୍କା ବୋଲି ଜଣାପଡିଛି । ଏଡିଆର ପକ୍ଷରୁ ୨୮ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪୦୦୧ ବର୍ତ୍ତମାନର ବିଧାୟକଙ୍କୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking