33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଶିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟି ଖର୍ଚ୍ଚ ୧.୬୬ ବିଲିୟନ୍ ଡଲାର: ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି ତୁଳନାରେ ଅଧିକ

ଶିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟି ଖର୍ଚ୍ଚ ୧.୬୬ ବିଲିୟନ୍ ଡଲାର: ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି ତୁଳନାରେ ଅଧିକ

ଟୋକିଓ: ଟୋକିଓରେ ଆସନ୍ତା ସପ୍ତାହରେ ହେବାକୁ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟି କ୍ରିୟାକୁ ନେଇ ଜୋର୍‌ଦାର ବିରୋଧ ଆରମ୍ଭ ହୋଇଛି । ଶିଞ୍ଜୋ ଆବେଙ୍କ ଚଳିତ ବର୍ଷ ଜୁଲାଇରେ ହତ୍ୟା କରାଯାଇଥିଲା ଏବଂ ଜାପାନ ସରକାର ତାଙ୍କ ଅନ୍ତ୍ୟେଷ୍ଟିରେ ପ୍ରାୟ ୧.୬୬ ବିଲିୟନ୍ ୟେନ୍ ଖର୍ଚ୍ଚ କରିବେ ବୋଲି ଶୁଣିବାକୁ ମିଳୁଛି । ଏହି ଖର୍ଚ୍ଚ କଥିତ ଭାବେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ହୋଇଥିବା ଖର୍ଚ୍ଚଠାରୁ ଅଧିକ । ମିଡିଆ ରିପୋର୍ଟ ଅନୁସାରେ ଆବେଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ୧.୬୬ ବିଲିୟନ୍ ୟେନ୍ (ପ୍ରାୟ ୯୪ କୋଟି ଟଙ୍କା) ଖର୍ଚ୍ଚ ହେବାର ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ୧.୩୩ ବିଲିୟମ୍ ୟେନ୍ ଅର୍ଥାତ୍ ପ୍ରାୟ ୭୩.୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।

ଦ ଗାର୍ଡିୟାନ୍ ରିପୋର୍ଟ ଅନୁସାରେ ଜାପାନ ସରକାର ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାର ବ୍ୟୟଭାର ୨୫ କୋଟି ୟେନ୍ ରଖିଥିଲେ । ମୁଖ୍ୟ କ୍ୟାବିନେଟ୍ ସଚିବ ହିରୋକାଜୁ ମାତ୍ସୁନୋଙ୍କ ଅନୁସାରେ କାର୍ଯ୍ୟକ୍ରମ ବେଳେ ପୁଲିସିଂ ପାଇଁ ପ୍ରାୟ ୮୦ କୋଟି ୟେନ୍ ଏବଂ ଗଣମାଧ୍ୟମ କର୍ମକର୍ତ୍ତାଙ୍କ ପାଇଁ ୬୦ କୋଟି ୟେନ୍ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ମାତ୍ସୁନୋଙ୍କ ଅନୁମାନ ଅନୁସାରେ ଅନ୍ତିମ ସଂସ୍କାର ବିଲ୍ ୧.୭ ବିଲିୟନ୍ ୟେନ୍ ପାଖାପାଖି ପହଞ୍ଚିବ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ଏହାକୁ ନେଇ ଦେଶର ନାଗରିକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ୧୩ ବିଲିୟନ୍ ଡଲାର ଖର୍ଚ୍ଚ କରାଯାଇଥିଲା, ଯାହା ଏହାର ଆନୁମାନିକ ବ୍ୟୟଭାରର ଦୁଇଗୁଣ ଥିଲା ।

ଶିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟି ବିରୋଧରେ ଶନିବାର ଜଣେ ବୃଦ୍ଧ ବୁଧବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଆଗରେ ଆତ୍ମଦାହ ଉଦ୍ୟମ କରିଥିଲେ । ଆତ୍ମଦାହ କରିଥିବା ବ୍ୟକ୍ତିଙ୍କ ବୟସ ୭୦ ବର୍ଷରୁ ଅଧିକ ହେବ ଏବଂ ତାଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଥିଲା । ଏବେ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି । ଜାପାନରେ ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବା ଏକ ଦୁର୍ଲ୍ଲଭ ଘଟଣା । ମାତ୍ର ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ତାଙ୍କ ଶାସନ କାଳରେ ଜାପାନ ଉଲ୍ଲେଖନୀୟ ରାଜନୈତିକ ଓ ଆର୍ଥିକ ଉପଲବ୍ଧି ହାସଲ କରିଥିବା କାରଣରୁ ଶିଞ୍ଜୋ ଆବେ ଏହାର ହକ୍‌ଦାର ବୋଲି ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking