29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଶିଳ୍ପା ଶେଟ୍ଟୀଙ୍କୁ ଟାର୍ଗେଟ୍ କଲେ ଶର୍ଲିନ୍ ଚୋପ୍ରା

ଶିଳ୍ପା ଶେଟ୍ଟୀଙ୍କୁ ଟାର୍ଗେଟ୍ କଲେ ଶର୍ଲିନ୍ ଚୋପ୍ରା

ମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳତା ମାମଲାରେ  ଜେଲ୍‌ରେ ଅଛନ୍ତି। ରାଜ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ ସିନେମା ତିଆରି କରିବା ଓ ସେଗୁଡିକୁ ପ୍ରସାରଣ କରିବା ମାମଲା ଲାଗିଛି। ଏହି କାରଣରୁ ସେ ଏବେ ଜେଲ୍‌ର ଚାରି କାନ୍ଥରେ ଦିନ କାଟୁଛନ୍ତି। ଏହି ମାମଲାକୁ ନେଇ ଶିଳ୍ପା ଶେଟ୍ଟୀ ମଧ୍ୟ ଚର୍ଚ୍ଚାର ଘେରକୁ ଆସି ଯାଇଛନ୍ତି। ଏହି ଘଟଣା ଆରମ୍ଭରୁ ଶର୍ଲିନ୍ ଚୋପ୍ରା ଅଶ୍ଳୀଳତା ମାମଲାକୁ ନେଇ ଉଭୟ ରାଜ କୁଦ୍ରା ଓ ଶିଳ୍ପା ଶେଟ୍ଟୀଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି। ବର୍ତ୍ତମାନ ପୁଣି ଥରେ ସେ ଏଭଳି କରିବା ନଜରକୁ ଆସିଛି। ଶର୍ଲିନ ଚୋପ୍ରା ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଶିଳ୍ପା ଶେଟ୍ଟୀଙ୍କୁ ବ୍ୟଙ୍ଗାତ୍ମକ ଭାବେ କହୁଥିବା ଦେଖାଯାଏ। ଏହି ଭିଡିଓ ଜରିଆରେ ଶର୍ଲିନ୍ ଅଭିନେତ୍ରୀଙ୍କୁ ନିଜର ଭୁଲ ମାନିଯିବାକୁ କହିଛନ୍ତି। ୨ ମିନିଟରୁ ଅଧିକ ସମୟରେ ପ୍ରସ୍ତୁତ ହୋଇଥିବା ଏହି ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି। ଶର୍ଲିନ୍ ଚୋପ୍ରା ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ- “ହାଏ ଶିଳ୍ପା ଦିଦି, ମୋର ଆପଣଙ୍କୁ ଅନୁରୋଧ ଯେ ପୀଡିତ ମହିଳାଙ୍କ ପ୍ରତି ଆପଣ କିଛି ସହାନୁଭୂତି ଦେଖାନ୍ତୁ ଏବଂ ନିଜ ଭୁଲକୁ ସ୍ୱୀକାର କରି ନିଅନ୍ତୁ। ନିଜ ଭୁଲ ମାନିଗଲେ କେହି କେବେ ଛୋଟ ହୋଇଯାଏ ନାହିଁ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking