34.1 C
Bhubaneswar
Friday, March 29, 2024
Homeବଲିଉଡରାଜ କୁନ୍ଦ୍ରା ପ୍ରଥମ ପତ୍ନୀଙ୍କ ଖୁଲାସା କରିବା ପରେ ଶିଳ୍ପାଙ୍କ ପ୍ରତିକ୍ରିୟା

ରାଜ କୁନ୍ଦ୍ରା ପ୍ରଥମ ପତ୍ନୀଙ୍କ ଖୁଲାସା କରିବା ପରେ ଶିଳ୍ପାଙ୍କ ପ୍ରତିକ୍ରିୟା

ମୁୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ରାଜ୍ କୁନ୍ଦ୍ରା କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କାରଣ ସେ ନିଜ ପୂର୍ବ ପତ୍ନୀ କବିତାଙ୍କୁ ନେଇ ଏକ ଖୁଲାସା କରିଛନ୍ତି । ତେବେ ଅନେକ ଇଣ୍ଟରଭ୍ୟୁରେ ରାଜ୍ କୁନ୍ଦ୍ରା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପ୍ରଥମ ବିବାହ ବିଚ୍ଛେଦ ହେବାର କାରଣ କେବେ ବି ଶିଳ୍ପା ନଥିଲେ । ସେ କହିଛନ୍ତି ତାଙ୍କର ପୂର୍ବ ପତ୍ନୀ ହିଁ ତାଙ୍କୁ ଧୋକା ଦେଇଥିଲେ । କବିତାଙ୍କ ତାଙ୍କ ଭଉଣୀଙ୍କ ପୂର୍ବ ପତିଙ୍କ ସହିତ ସଂପର୍କ ଥିଲା । ଯେଉଁଥିପାଇଁ ଏ ବିବାହ ବିଚ୍ଛେଦ ହୋଇଥିଲା । ଏହାରି ମଧ୍ୟରେ ଶିଳ୍ପା ସେଟ୍ଟୀ ଙ୍କ ଏକ ପୋଷ୍ଟ ବି କେନ୍ଦ୍ର ବିନ୍ଦୁ ପାଲଟିଛି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ବହି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେୟାର୍ଡ ସଫରିଙ୍ଗସର ଏକ ଫର୍ଦ୍ଦ ନଜର ଆସୁଛି । ତେବେ କହିରଖୁଛୁ, ଶିଲ୍ପା ସେଟ୍ଟୀଙ୍କ ଉପରେ ରାଜଙ୍କ ପ୍ରଥମ ପତ୍ନୀ ତାଙ୍କ ବିବାହ ବିଚ୍ଛେଦର ଆରୋପ ଲଗାଇଥିଲେ । ହେଲେ ରାଜ୍ ସ୍ପଷ୍ଟ କରିଥିଲେ ଏଥିରେ ଶିଲ୍ପାଙ୍କ ହାତ ନାହିଁ । ଦୁହେଁ ସେତେବେଳେ କାହାକୁ ଜାଣିନଥିଲେ । ୨୦୦୯ରେ ଶିଳ୍ପା ରାଜଙ୍କୁ ବିବାହ କରିଥିଲେ । ୨୦୦୩ ରେ ରାଜ କବିତାଙ୍କୁ ବିବାହ କରିଥିଲେ ଏବଂ ପରେ ୨୦୦୬ରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା । ଏହାପରେ ୨୨ ନଭେମ୍ବର ୨୦୦୯ରେ ଶିଳ୍ପା ଓ ରାଜୁ କୁନ୍ଦ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking