ନୂଆଦିଲ୍ଲୀ: ଜୁଲାଇ ୧୩ ତାରିଖରୁ ଆରମ୍ଭ ହେବାକୁଥିବା ଶ୍ରୀଲଙ୍କା ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରଯାଇଛି। ଟିମର ନେତୃତ୍ୱଭାର ଆଶା ଅନୁଯାୟୀ ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କୁ ପ୍ରଦାନ କରାଯାଇଛି। ଷ୍ଟ୍ରାଇକ୍ ବୋଲର ଭୁବନେଶ୍ୱର କୁମାରଙ୍କୁ ଟିମର ଭାଇସ୍ କ୍ୟାପଟେନ୍ କରାଯାଇଛି। ଟିମରେ ଏକାଧିକ ନୂଆ ମୁହଁକୁ ସାମିଲ୍ କରାଯାଇଛି। ଉକ୍ତ ଟିମରେ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ଓ କୃନାଲ୍)ଙ୍କୁ ସାମିଲ୍ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ରେକର୍ଡ ବ୍ରେକିଂ ସ୍କୋର କରିଥିବା ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଚୟନ କରାଯାଇଥିବା ବେଳେ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଡିକଲ ଓ ବାମହାତୀ ବୋଲର ଚେତନ ସାକାରିୟାଙ୍କୁ ସୁଯୋଗ ଦିଆଯାଇଛି।