ଏସଏଚଜି ରୁ ନୂତନ ମେଟ ଚୟନ କୁ ବିରୋଧ କଲା ଗାଁ ସାଥି ସଙ୍ଘ

କେନ୍ଦୁଝର : ରାଜ୍ୟ ସରକାର ନୂତନ ଭାବେ ଗ୍ରାମରେ ପଲ୍ଲୀ ସଭା କରି ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ଦୁଇ ଜଣକୁ ପ୍ରତି ଗ୍ରାମରେ ନୂତନ ମେଟ ନିଯୁକ୍ତି ପାଇଁ ପତ୍ର ପ୍ରଦାନ କରିଛନ୍ତି । ଏହା ଦ୍ୱାରା ପ୍ରତି ଗ୍ରାମରେ ଆଉ ଦୁଇ ଜଣ ମେଟ ନିଯୁକ୍ତି ହେଲେ ପୂର୍ବରୁ କାର୍ଯ୍ୟରତ ଦୁଇ ଜଣ ମେଟ କାର୍ଯ୍ୟ ସଂପାଦନ ରେ ବ୍ୟାଘାତ ହେବ ବୋଲି ଆଶଙ୍କା କରିଛି ଗାଁ ସାଥି ସଙ୍ଘ । ଏନେଇ ସଙ୍ଘ ପକ୍ଷରୁ ମଧ୍ୟ ଉଚ୍ଚ ନ୍ୟାୟାଳୟରେ କେଶ ଦାୟାର କରାଯାଇଛି । ଯଥାଶୀଘ୍ର ସରକାରଙ୍କ ଏହି ନୂତନ ମେଟ ନିଯୁକ୍ତି ବନ୍ଦ କରିବାକୁ ଦାବି କରିଛି ଗାଁ ସାଥି ସଙ୍ଘ । ଏନେଇ ଆଜି ଜିଲ୍ଲାର ଶତାଧିକ ଗାଁ ସାଥି ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି ଦାବିପତ୍ର ପ୍ରଦାନ କରିଥିଲେ । ତୁରନ୍ତ ଏହି ନିଯୁକ୍ତି ପକ୍ରିୟା ବନ୍ଦ ନକଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛି ସଙ୍ଘ ।

LEAVE A REPLY

Please enter your comment!
Please enter your name here