27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଶେଖ୍ ମହମ୍ମଦ ବିନ୍ ଜାୟେଦ ୟୁଏଇର ନୂଆ ରାଷ୍ଟ୍ରପତି

ଶେଖ୍ ମହମ୍ମଦ ବିନ୍ ଜାୟେଦ ୟୁଏଇର ନୂଆ ରାଷ୍ଟ୍ରପତି

ଆବୁଧାବି : ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଶନିବାର ୟୁଏଇ (ସଂଯୁୁକ୍ତ ଆରବ ଏମିରେଟ୍‌ସ)ର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ଶୁକ୍ରବାର ୟୁଏଇ ରାଷ୍ଟ୍ରପତି ଶେଖ୍ ଖଲିଫା ବିନ୍ ଜାୟେଦଙ୍କର ୭୩ ବର୍ଷ ବୟସରେ ପରଲୋକ ଘଟିଛି । ତେଣୁ ଶନିବାର ୟୁଏଇ ଫେଡେରାଲ ସୁପ୍ରିମ କାଉନସିଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଶେଖ୍ ମହମ୍ମଦଙ୍କୁ ନୂତନ ରାଷ୍ଟ୍ରପତି ନିଯୁକ୍ତ କରାଯାଇଛି ।

ଶେଖ୍ ଖଲିଫା ହେଉଛନ୍ତି ଶେଖ୍ ମହମ୍ମଦଙ୍କର ସାବତ ଭାଇ । ଏମାନଙ୍କର ପିତା ଜାୟେଦ ବିନ୍ ସୁଲତାନ ୧୯୭୧ରେ ୟୁଏଇ ନାମରେ ସ୍ୱତନ୍ତ୍ର ଦେଶ ସ୍ଥାପନ କରିଥିଲେ । ସେ ୧୯୭୧ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ପ୍ରଥମ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇଥିଲେ । ତାଙ୍କ ମୃତ୍ୟୁ ପରେ ଶେଖ୍ ଖଲିଫା ରାଷ୍ଟ୍ରପତି ନିଯୁକ୍ତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking