34.1 C
Bhubaneswar
Thursday, April 25, 2024
Homeଅପରାଧଗଣଦୁଷ୍କର୍ମ ପରେ ପିଡୀତଙ୍କ ସହ ହେଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

ଗଣଦୁଷ୍କର୍ମ ପରେ ପିଡୀତଙ୍କ ସହ ହେଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

ନୂଆଦିଲ୍ଲୀ: ରାଜସ୍ଥାନର ଚୁରୁରୁ ଗଣଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଅଭିଯୁକ୍ତ ପ୍ରଥମେ ଚାକିରିର ବାହାନା ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ଦୁଷ୍କର୍ମ ପରେ ଦୁଷ୍କର୍ମକାରୀ ପୀଡିତାଙ୍କୁ ଛାତରୁ ଫିଙ୍ଗି ଦେଇଥିଲେ

ଏହି ସମୟରେ ପୀଡିତା ଛାତ ନିକଟରେ ଲାଗିଥିବା ଏକ ବିଦ୍ୟୁତ ଖୁଣ୍ଟରେ ଫସି ଯାଇଥିଲେ। ଯାହାଫଳରେ ସେ ତ‌ଳେ ନପଡ଼ିବାରୁ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା। ଏହି ଘଟଣାରେ ୪ଜଣ ସମ୍ପୃକ୍ତ ଥିବା ବେଳେ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି

ପୁଲିସ ସୂତ୍ରରୁ ପ୍ରକାଶ, ଆସାମର ଜଣେ ଯୁବତୀଙ୍କୁ ଚୁରୁ ଡକାଯାଇଥିଲା। ତାପରେ ତାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିଲା। ପରେ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ଯୁବକମାନେ ଯୁବତୀଙ୍କ ହାତ ଗୋଡ଼ ବାନ୍ଧି ଛାତରୁ ଫିଙ୍ଗି ଦେଇଥିଲେ। ସୌଭାଗ୍ୟବଶତଃ ପୀଡିତାଙ୍କ ହାତରେ ବନ୍ଧା ହୋଇଥିବା ଦଉଡ଼ି ବିଜୁଳି ଖୁଣ୍ଟରେ ଫସି ଯାଇଥିଲା। ଆଉ ଯୁବତୀଙ୍କ ଜୀବନ ବଞ୍ଚି ଯାଇଥିଲା

ବିଦ୍ୟୁତ ଖୁଣ୍ଟରେ ଯୁବତୀ ଝୁଲୁଥିବା ଦେଖି ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ପୀଡ଼ିତାଙ୍କୁ ଉକ୍ତ ଖମ୍ଭରୁ ଉଦ୍ଧାର କରିଥିଲା। ପୀଡ଼ିତାଙ୍କ ବୟାନ କ୍ର‌ମେ ପୁଲିସ ଏକ ମାମଲା ରୁଜୁ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking