30.1 C
Bhubaneswar
Sunday, July 3, 2022
Homeଓଡିଶାୱାଟର ହିଟର ଉଜାଡ଼ି ଦେଲା ସୁନାର ସଂସାର

ୱାଟର ହିଟର ଉଜାଡ଼ି ଦେଲା ସୁନାର ସଂସାର

ନବରଙ୍ଗପୁର: ଗୋଟିଏ ୱାଟର ହିଟର ଉଜାଡ଼ି ଦେଲା ସୁନାର ସଂସାର । ହସ ଖୁସି ରେ ଚାଲିଥିବା ପରିବାରର ମୁହଁରୁ ହସ ଛଡେଇ ନେଲା ୱାଟର ହିଟର । ଟିକିଏ ଅସାବଧାନତା ଯୋଗୁଁ ଆଜି ଚାଲିଗଲା ୨୫ ବର୍ଷୀୟା ଜଣେ ବିବାହିତାଙ୍କର ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ସହର ସ୍ଥିତ ସଂଖାରି ସାହିରେ । ୱାଟର ହିଟର ସଂସ୍ପର୍ଶରେ ଆସି ଚାଲିଗଲା ପ୍ରତିମା ବେହେରାଙ୍କ ଜୀବନ । ପ୍ରତିମା ୩ ବର୍ଷ ତଳେ ବିବାହ କରିଥିଲେ । ପ୍ରତିଦିନ ଭଳି ଆଜି ମଧ୍ୟ ସକାଳୁ ଉଠି ଘର କାମ ସାରିଥିଲେ ।

ସ୍ୱାମୀ ହରିଦ୍ୱାର ତୀର୍ଥ ଯାଇଛନ୍ତି । ଏପଟେ ଘରେ ଶାଶୁ, ନଣନ୍ଦ ଆଉ ତାଙ୍କ ୨ବର୍ଷର ପୁଅ , ଗାଧୋଇବା ପାଇଁ ପାଣି ଗରମ କରିବାକୁ ହିଟର ଲଗେଇଥିଲେ । କିଛି ସମୟ ପରେ ଘର ଲୋକ ଦେଖିଲା ବେଳକୁ ସେ ହିଟର ପାଖରେ ପ୍ରତିମା ଅଚେତ ହୋଇ ପଡ଼ିଥିଲେ । ଘର ଲୋକ ତୁରନ୍ତ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଃଖର କଥା ସ୍ୱାମୀ ଏ ଖବର ପାଇ ତୀର୍ଥ ଯିବା ଅଧାରାସ୍ତାରୁ ଫେରୁଛନ୍ତି । ଏପଟେ ୨ବର୍ଷର ଶିଶୁର ମା ମା ଡାକ ସମସ୍ତ ସାହିବାସୀଙ୍କ ଆଖିରେ ଲୁହ ଭରି ଦେଇଛି । ଟିକିଏ ଅସାବଧାନତା ଯୋଗୁଁ ଚାଲିଗଲା ପ୍ରତିମାଙ୍କ ଜୀବନ । ଖବର ପ୍ରଚାରିତ ହେବା ପରେ ସାହିରେ ଶୋକକୁଳ ପରିବେଶ ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking