21.1 C
Bhubaneswar
Tuesday, February 11, 2025
Homeଓଡିଶା୩ ବର୍ଷରେ ସରିବ ପୁରୀ ବିମାନବନ୍ଦର କାମ; ୨,୨୦୩ କୋଟିର ଟେଣ୍ଡର ଆହ୍ୱାନକଲା ଇଡ୍‌କୋ

୩ ବର୍ଷରେ ସରିବ ପୁରୀ ବିମାନବନ୍ଦର କାମ; ୨,୨୦୩ କୋଟିର ଟେଣ୍ଡର ଆହ୍ୱାନକଲା ଇଡ୍‌କୋ

ଭୁବନେଶ୍ୱର:  ୩ ବର୍ଷରେ ସରିବ ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର କାମ । ଇଡ୍‌କୋ ପକ୍ଷରୁ ଡକାଯାଇଛି ଟେଣ୍ଡର । ପିପିପି ମୋଡ୍‌ରେ ହେବାକୁ ଥିବା ଏଇ ବିମାନ ବନ୍ଦର ପାଇଁ ଟେଣ୍ଡର ପରିମାଣ ରହିଛି ୨,୨୦୩ କୋଟି ଟଙ୍କା । ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୪୬ଲକ୍ଷ ଯାତ୍ରୀ ଯାତାୟାତ ପରିଚାଳନା କ୍ଷମତା ଥିବା ବିମାନ ବନ୍ଦରକୁ ୧ ହଜାର ୯୫ ଦିନ ଅର୍ଥାତ୍ ୩ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୨୧ରୁ ଅନ୍‌ଲାଇନରେ ଟେଣ୍ଡର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୨୦ରେ ସରିବ । ଖାଲି ବିମାନ ବନ୍ଦର ନିର୍ମାଣ ନୁହେଁ, ୭ ବର୍ଷ ପାଇଁ ପରିଚାଳନା ଦାୟିତ୍ୱ ବି ବୁଝିବାକୁ ଟେଣ୍ଡରରେ ସର୍ତ୍ତ ରହିଛି ।

ଟେଣ୍ଡର ଆହ୍ୱାନକୁ ନେଇ ଖୁସି ଜାହିର କରିଛନ୍ତି ପୁରୀ ବାସିନ୍ଦା ଆଉ ପର୍ଯ୍ୟଟକ । ଯଦିଓ ବିମାନ ବନ୍ଦର ପାଇଁ ପରିବେଶ ମଞ୍ଜୁରୀ ମିଳିଛି ତେବେ କୋଷ୍ଟାଲ ରେଗୁଲେସନ୍ ଜୋନ୍ କ୍ଲିୟରାନ୍ସ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇପାରେ । କାରଣ ସମୁଦ୍ର ଉଚ୍ଚ ଜୁଆର ଠାରୁ ମାତ୍ର ୨ଶହ ମିଟର ଭିତରେ ପ୍ରସ୍ତାବିତ ବିମାନ ବନ୍ଦରର ରନୱେ ରହୁଛି । ଯାହାଦ୍ୱାରା ସାମୁଦ୍ରିକ ଜୀବ ପ୍ରଭାବିତ ହେବା ସହ ବାଲୁକା ସ୍ତୁପ ଗୁଡିକ ବି କ୍ଷତିଗ୍ରସ୍ତ ହୋଇପାରେ । କେବଳ ସେତିକି ନୁହେଁ, ଏୟାରପୋର୍ଟ ପାଇଁ ଆବଶ୍ୟକ ହେଉଥିବା ପ୍ରାୟ ୧ ହଜାର ୧୬୪ ଏକର ଜମି ଭିତରେ ରହୁଛି ପ୍ରାୟ ୭୦ ଏକର ଜଙ୍ଗଲ ଜମି । ଏଥିପାଇଁ ପାଖାପାଖି ୧୩ ହଜାର ୫୦୪ ଗଛ ବଳିପଡ଼ିବାର ଆଶଙ୍କା ଥିବାରୁ ନିକଟରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଆଞ୍ଚଳିକ ଏମ୍ପାୱାର୍ଡ କମିଟି ମଧ୍ୟ ଆପତ୍ତି ଉଠାଇଛି । ବେସାମରିକ ବିମାନ ଚଳାଚଳ ନିୟମାନୁସାରେ ୧୦୦ କିଲୋମିଟର ଭିତରେ ଆଉ ଏକ ବିମାନ ବନ୍ଦର ହେଲେ ନୂଆ ବିମାନ ବନ୍ଦର ପୁରୁଣା ବିମାନ ବନ୍ଦରକୁ କ୍ଷତିପୂରଣ ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking