38.1 C
Bhubaneswar
Tuesday, April 23, 2024
Homeଅପରାଧଝାଡଖଣ୍ଡରେ ପୁଣି ଲଜ୍ଜ୍ୟା

ଝାଡଖଣ୍ଡରେ ପୁଣି ଲଜ୍ଜ୍ୟା

ରାଞ୍ଚି: ଝାଡଖଣ୍ଡରେ ଦଳିତ ଓ ଆଦିବାସୀ ନାବାଳିକାଙ୍କ ସହିତ ଦୁଷ୍କର୍ମ ଏବଂ ସାମୁହିକ ଦୁଷ୍କର୍ମ ଘଟଣା ମାମଲା ଲଗାତାର ବଢିବାରେ ଲାଗିଛି। ପୁଣିଥରେ ମାନବିକତାକୁ ଲଜ୍ୟା କରିଦେବା ଭଳି ଆଉ ଏକ ଘଟଣା ସାମନାକୁ ଆସିଛି। ଏଠାରେ ସ୍ବତନ୍ତ୍ର ସମୁଦାୟର ଜଣେ ଯୁବକ ଜଣେ ନାବାଳିକାଙ୍କୁ ଅପହରଣ କରିବା ପରେ ତିନି ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ପରେ ନାବାଳିକାକୁ ଡରାଇ ଧମକାଇ ତାଙ୍କ ଘରେ ଛାଡି ଦେଇଆସିଥିଲା ଅଭିଯୁକ୍ତ।

ଉଲ୍ଲେଖନୀୟ ଯେ, ଜିଲ୍ଲାର ବରଡିହା ଥାନା ଅନ୍ତର୍ଗତ ଏକ ଗାଁରୁ ଅନୁସୂଚିତ  ଜାତିର ଜଣେ ନାବାଳିକାଙ୍କୁ ଅପହରଣ କରିବାର ୩ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରାଯାଇଥିଲା। ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ପୀଡିତାଙ୍କୁ ତାଙ୍କ ଘରେ ଛାଡି ଦେଇଥିଲା। ଅଭିଯୁକ୍ତ  ଇରଶାଦ୍ ଖାନ୍ ବିରୋଧରେ  ଥାନାରେ ପୀଡିତା ଓ ତାଙ୍କ ପରିବାର ଲୋକ ମାମଲା ରୁଜୁ କରିଛନ୍ତି। ପୋଲିସ ପୀଡିତାଙ୍କ ଆବେଦନ ଉପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଗତ ସେପ୍ଟେମ୍ବର ୬  ରେ ତାଙ୍କୁ ଅପହରଣ କରାଯାଇଥିଲା।   ସନ୍ଧ୍ୟା ସାତଟା ବେଳେ ଶୌଚ କରିବାକୁ ଯାଇଥିଲେ, ଏହି ସମୟରେ ଇରଶାଦ ଏବଂ ତାଙ୍କର ଅନ୍ୟ ଜଣେ ସାଥୀମାନେ ତାଙ୍କୁ ମୋଟରସାଇକେଲରେ କୌଣସି ସ୍ଥାନକୁ ନେଇ ଯାଇଥିଲେ। ତାଙ୍କ ପାଟିରେ ଏକ କପଡା ବାନ୍ଧି ଦେଇଥିଲେ, ତାପରେ ସେ ବେହାସ ହୋଇଯାଇଥିଲେ। ଯେତେବେଳେ ତାଙ୍କୁ ହୋସ୍ ଆସିଥିଲା  , ସେତେବେଳେ ସେ ଏକ ବନ୍ଦ ଘରେ ଭିତରେ ନିଜକୁ ଦେଖିଥିଲେ। ଏହା ପରେ ଇରଶାଦ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ଭୟ ଦେଖାଇ   ବାରମ୍ବାର ଦୁଷ୍କର୍ମ କରିଥିଲା। ପୀଡିତାଙ୍କ କହିବା ଅନୁସାରେ, ସେ ବିରୋଧ କରିବାରୁ ତାଙ୍କୁ ମାରପିଟ୍‌ କରିଥିଲା ଇରଶାଦ୍ ଖାନ୍।

ଅପହରଣର ଦୁଇ ଦିନ ପରେ ତାଙ୍କୁ କୁହାଯାଇଥିଲା ଯେ ସେ ତାଙ୍କ ମାଆଙ୍କ ସହ କଥା ହୋଇଛନ୍ତି ଏବଂ ତୁମକୁ ଆମର ଲୋକମାନେ ମାଝିୟାବରେ ଛାଡି ଦେବେ।   ଯଦି ପରିବାର ସଦସ୍ୟ କି ପୋଲିସକୁ ଏ ବିଷୟରେ କୁହ  ତେବେ  ସେମାନେ ତୁମକୁ ଓ ତମ  ମାତାଙ୍କୁ ହତ୍ୟା କରିବେ। ଏହା ପରେ ସେପ୍ଟେମ୍ବର ୯ ରେ ତାଙ୍କୁ ଏକ ଲାଲ କାରରେ ଆଣି ବାକୋୟା-ମାଜିଆନ ସୀମାରେ ଛାଡି ଦେଇଥିଲେ। ତାଙ୍କ ମାଆ ସେଠାରେ ଉପସ୍ଥିତ ଥିଲେ କାରଣ ଅପହରଣକାରୀମାନେ ନାବାଳିକାଙ୍କ  ମାଆଙ୍କୁ ଫୋନ୍ କରି ଡକାଇଥିଲେ। ପୀଡିତା ଥାନାରେ କରିଥିବା ଅଭିଯୋଗ ଅନୁସାରେ,  ସେଠାରେ ଓହ୍ଲାଇବା ପରେ ତାଙ୍କ ମା’ଙ୍କ ସହ ସେ ଆଇଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ସେ ଭୟ​‌ରେ ମାମଲା ରୁଜୁ କରୁନଥିଲେ। ତେବେ ପରେ ପରିବାର ସଦସ୍ୟଙ୍କ କରିବା ପରେ ସେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୀଡିତା ଜଣାଇଛନ୍ତି ଯେ କାରରେ ଉପସ୍ଥିତ ଥିବା ଲୋକଙ୍କ ପାଖରେ ବନ୍ଧୁକ ମଧ୍ୟ ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking