38.8 C
Bhubaneswar
Friday, April 19, 2024
Homeଅପରାଧଝାରଖଣ୍ଡରେ ସୀମା ଟପିଲା ଲଜ୍ଜା

ଝାରଖଣ୍ଡରେ ସୀମା ଟପିଲା ଲଜ୍ଜା

ନୂଆଦିଲ୍ଳୀ: ଝାରଖଣ୍ଡରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ୧୧ ବର୍ଷୀୟ ବାଳିକାକୁ ଗଣ ଦୁଷ୍କର୍ମ କରିଛନ୍ତି ୬ ଜଣ ନାବାଳକ । ଝାରଖଣ୍ଡର ଖୁଣ୍ଟି ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ପୋଲିସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଥିବା ବେଳେ ସମସ୍ତେ ନାବାଳକ ଅଟନ୍ତି । ଏହା ସହିତ ସମସ୍ତ ଅଭିଯୁକ୍ତଙ୍କ ବୟସ ୧୧-୧୫ ମଧ୍ୟରେ ଥିବା ନେଇ ସୂଚନା ମିଳିଛି । ଝାରଖଣ୍ଡର ଖୁଣ୍ଟି ଜିଲ୍ଲାରେ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ଜଣାପଡିଛି । ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା ବେଳେ ପୋଲିସ ୬ ଜଣଙ୍କୁ ଅଟକ ରଖିଛି ।

ନାବାଳିକା ଜଣଙ୍କ ମଙ୍ଗଳବାର ରାତିରେ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ନାଚିବା ସମୟରେ କିଛି ଯୁବକଙ୍କ ସହିତ ତାଙ୍କର ଝଗଡା ହୋଇଥିଲା । ଏହି ଝଗଡା ପରେ ମଧ୍ୟରାତ୍ରରେ ସାଙ୍ଗ ମାନଙ୍କ ସହିତ ଫେରିବା ସମୟରେ ଜବରଦସ୍ତି କରିଥିଲେ ଯୁବକ । ଦୁଇ ସାଙ୍ଗ ଦୌଡି ପଳାଇଥିଲେ ହେଁ ଏକ ନିଚ୍ଛାଟିଆ ସ୍ଥାନକୁ ନେଇ ଗଣ ଦୁଷ୍କର୍ମ କରିଥିଲେ ୬ ଯୁବକ । ପରେ ପରିବାର ଲୋକ ଆସି ଯୁବତୀଙ୍କୁ ଉଦ୍ଧାର କରିଥିଲେ ।

ମଙ୍ଗଳବାର ରାତିରେ ଏହି ଘଟଣାଟି ଘଟିଥିଲେ ହେଁ ଲୋକଲଜ୍ଜା ଭୟରେ ପରିବାର ଲୋକ ଅଭିଯୋଗ କରିନଥିଲେ । ଗୁରୁବାର ଦିନ ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ୬ ଜଣ ନାବାଳକଙ୍କୁ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking