29.1 C
Bhubaneswar
Wednesday, April 24, 2024
Homeମନୋରଞ୍ଜନପ୍ରଥମ ଥର ସ୍କ୍ରିନ୍ ସେୟାର କରିବେ ସାହିଦ-କ୍ରିତି

ପ୍ରଥମ ଥର ସ୍କ୍ରିନ୍ ସେୟାର କରିବେ ସାହିଦ-କ୍ରିତି

ମୁମ୍ବାଇ : ବଡ ପରଦାରେ ଦେଖିବାକୁ ମିଳିବ ସାହିଦ-କ୍ରିତିଙ୍କ ଯୋଡି । ବଲିଉଡର ଚକଲେଟ୍ ବୟ୍ ଭାବେ ପରିଚିତ ସାହିଦ୍ କପୁର । ସେ ଆରମ୍ଭରୁ ଇଣ୍ଡଷ୍ଟ୍ରିର ଜଣେ ସ୍ବିଟ୍ ଲଭରବୟ୍ ରହିଆସିଛନ୍ତି। ହେଲେ ନିକଟରେ ଆସିଥିବା ତାଙ୍କ ଫିଲ୍ମ “କବୀର ସିଂ” ରେ ତାଙ୍କୁ ଏକ ନୁଆଁ ରୁପରେ ଦେଖିବାକୁ ମିଳିଥିଲା। ସେହିଭଳି “ମିମି” ସିନେମା ଜରିଆରେ କ୍ରିତି ସାନନ୍ ତାଙ୍କ ଅଭିନୟ ପାଇଁ ଖୁବ୍ ପ୍ରଶଂସା ସାଉଁଟିଥିଲେ। ଏବେ ପ୍ରଥମ ଥର ଏହି ଯୋଡିକୁ ପରଦାରେ ଦେଖିବାକୁ ମିଳିବ। “ରୋବଟ୍” ସିନେମାଟି ଖୁବ୍ ଶୀଘ୍ର ବଡ ପରଦାକୁ ଆସିବାକୁ ଯାଉଛି। ରୋବଟ୍ ଫିଲ୍ମ ନା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ହେଲେ ଏଥର ରଜନୀକାନ୍ତ ଓ ଐଶ୍ବର୍ଯ୍ୟ। ନୁହେଁ ବରଂ ସାହିଦ୍ ଓ କ୍ରିତି ଙ୍କୁ ଦେଖିବାକୁ ମିଳିବ। ଖବର ଅନୁଯାୟୀ ଦିନେଶ ବିଜାନ୍ ଏହି “ରୋବଟ୍” ସିନେମା ନିର୍ମାଣ କରିବାକୁ ଯାଉଛନ୍ତି। “ସ୍ତ୍ରୀ” ଓ “ରୁହି” ଆଦି ସିନେମା ପରେ ପ୍ରଯୋଜକ ଦିନେଶ ଏବେ “ରୋବଟ୍” ସିନେମା ନିର୍ମାଣ ପାଇଁ ମନ ବଳାଇଛନ୍ତି। ଯାହା ଏକ ରୋମାଣ୍ଟିକ୍ କମେଡି ସିନେମା ହେବାକୁ ଯାଉଛି। ଯେଉଁଥିରେ ସାହିଦ୍ ଜଣେ ରୋବୋଟିକ୍ସ ଓ କ୍ରିତି ଜଣେ ରୋବଟ୍ ଭାବେ ନଜର ଆସିବେ। ସିନେମାରେ ଏହି ଟାଲେଣ୍ଟେଡ୍ ଯୋଡି କଣ କମାଲ କରିବେ ତାକୁ ନେଇ ଫ୍ୟାନ୍ସ ଖୁବ୍ ଆଗ୍ରହର ସହିତ ଚାହିଁ ବସିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking