43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶବାପା ହେଲେ ଅଭିନେତା ଶାହିର ଶେଖ

ବାପା ହେଲେ ଅଭିନେତା ଶାହିର ଶେଖ

ମୁମ୍ବାଇ : ବାପା ହେଲେ ଟେଲିଭିଜନ ଦୁନିଆର ହ୍ୟାଣ୍ଡସମ୍‌ ହଙ୍କ ଭାବେ ପରିଚିତ ଅଭିନେତା ଶାହିର ଶେଖ୍। ପତ୍ନୀ ରୁଚିକା କପୁର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସିଖବର ସାମ୍ନାକୁ ଆସିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଗତ ମାସରେ ଶାହିରଙ୍କ ପତ୍ନୀ ରୁଚିକାଙ୍କ ବେବି ସାୱାରର ଫଟୋ ପୋଷ୍ଟ କରିଥିଲେ । ଏହି ସମାରୋହରେ ଶାହିର ଏବଂ ରୁଚିକାଙ୍କ କେବଳ ନିକଟ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁବାନ୍ଧବ ହିଁ ସାମିଲ ହୋଇଥିଲେ। ଏହି ଇଭେଣ୍ଟର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ସୂଚନା ଯେ, ଗତବର୍ଷ ନଭେମ୍ବର ମାସରେ ଶାହିର ଏବଂ ରୁଚିକା ଦୁହେଁ ବିବାହ କରିଥିଲେ । ଦୁହେଁ ଗୁପ୍ତ ଭାବେ କୋର୍ଟ ମ୍ୟାରେଜ୍‌ କରିଥିଲେ । ରୁଚିକା କପୁର ବାଲାଜୀ ମୋଶନ୍‌ ପିକ୍‌ଚର ଲିମିଟେଡର ସିନିଅର ଭାଇସ୍‌ ପ୍ରେସିଡେଣ୍ଟ ଅଛନ୍ତି ଏବଂ କ୍ରିଏଟିଭ୍‌ ପ୍ରଡ୍ୟୁସର ଦାୟିତ୍ୱରେ ମଧ୍ୟ ସେ ଅଛନ୍ତି। ସେପଟେ ଶାହିର ମଧ୍ୟ ଟେଲିଭିଜନ ଦୁନିଆରେ ବେଶ୍‌ ପପୁଲାର ଅଭିନେତା ଭାବେ ପରିଚିତ। ନିକଟରେ ସେ ଲୋକପ୍ରିୟ ଟିଭି ଧାରାବାହିକ ପବିତ୍ର ରିସ୍ତାର ସିକ୍ୱେଲ ପବିତ୍ର ରିସ୍ତା-୨ରେ ନଜର ଆସିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking