28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶସହୀଦ-ଏ-ଆଜମ ଭଗତ ସିଂ

ସହୀଦ-ଏ-ଆଜମ ଭଗତ ସିଂ

ନୂଆଦିଲ୍ଲୀ : ସହୀଦ ଦିବସ ୨୩ ମାର୍ଚ୍ଚଓ ୩୦ ଜାନୁଆରୀକୁ ମନାଯାଇଥାଏ । ତେବେ ଆଜି ହେଉଛି ୨୩ ମାର୍ଚ୍ଚ । ୧୯୩୧ରେ ଆଜିର ଦିନରେ ଭାରତର କ୍ରାନ୍ତିକାରୀ ଓ ସହିଦ-ଏ-ଆଜମ କୁହାଯାଉଥିବା ସର୍ଦ୍ଦାର ଭଗତ ସିଂ, ରାଜଗୁର ଓ ସୁଖଦେବଙ୍କୁ ଫାସୀ ଦିଆଯାଇଥିଲା ।
କଥା ହେଉଛି ୧୯୨୮ ମସିହାର ସେତେବେଳେ ଭାରତରେ ଇଂରେଜ ଶାସନ ଚାଲୁଥିଲା । ୩୦ ଅକ୍ଟୋବରକୁ ସାଇମନ କମିଶନ ଲାହୋର ପହଞ୍ଚିଥିଲା ଓ ଲାଲା ଲାଜପତ ରାୟଙ୍କ ନେତୃତ୍ୟ କ୍ରମେ ଭାରତୀୟ ମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ବିରୋଧକୁ ଚପାଇବା ପାଇଁ ଇଂରେଜ ସରକାର ଲାଠି ଚାର୍ଯ କରିଥିଲେ । ଲାଲାଜୀ ମଧ୍ୟ ଏଥିରେ ଗୁରୁତର ଆହତ ହୋଇଥିଲେ । ୧୮ ଦିନ ପରେ ଲାଲଜୀ ମୃତ୍ୟୁ ବରଣ କରିଥିଲେ । ଏହି ମୃତ୍ୟୁ ଖବର ଶୁଣିବା ପରେ କ୍ରାନ୍ତିକାରୀ ମାନେ କ୍ରୋଧିତ ହୋଇଥିଲେ ।ଏହାପରେ କ୍ରାନ୍ତିକାରୀ ମାନେ ପ୍ରତିଶୋଧ ନେବାପାଇଁ ଶପଥ ନେଇଥିଲେ ଓ ସେମାନଙ୍କ ନେତୃତ୍ୟ ଭଗତ ସିଂ କରୁଥିଲେ । ଭଗତ ସିଂ, ରାଜଗୁର, ସୁଖଦେବ, ଚନ୍ଦ୍ରଶେଖର ଆଜାଦ ଆଦି ଅନେକ କ୍ରାନ୍ତିକାରୀ ନେତା ମାନେ ମିଶି ଜେମସ ଷ୍ଟକଙ୍କୁ ମାରି ଲାଲାଜୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଚାହୁଥିଲେ ।

୧୭ ଡିସେମ୍ବର ୧୯୨୮ରେ ଷ୍କଟଙ୍କ ହତ୍ୟା କରିବା ବଦଳରେ ଆଶିଷ୍ଟାଣ୍ଡ ପୋଲିସ ଜନ ପି ସଣ୍ଡରସଙ୍କୁ ଭଗତ ସିଂ ଓ ରାଜଗୁରୁ ଗୁଳି କରିଦେଇଥିଲେ । ସଣ୍ଡର୍‌ସଙ୍କ ହତ୍ୟା ପରେ ୨ ଜଣ ଲାହୋରରୁ ବାହାରି ଯାଇଥିଲେ । ଏହା ଏକ ପ୍ରମୁଖ କାରଣ ଥିଲା ଭଗତ ସିଂଓ ରାଜଗୁରଙ୍କୁ ଫାସୀ ଦିଆଯିବାପାଇଁ କିନ୍ତୁ ଏହାପରେ ଆଉ ଏକ ଘଟଣା ଘଟିଲା ।

ଇଂରେଜ ସରକର ଏକ ବିଲ ଆଣୁଥିଲେ ଯାହା ଭାରତୀୟ କ୍ରାନ୍ତିକାରୀ ମାନଙ୍କୁ ଦମନ କରିବା ପାଇଁ ବନାଯାଉଥିଲା । ଏପ୍ରିଲ ୧୯୨୯ରେ ଭଗତ ସିଂଓ ଅନ୍ୟ ନେତା ମାନେ ଧାର୍ଯ୍ୟ କରିଥିଲେ ଯେ, ସଂସଦରେ ବମ୍ ପକାଇବେ କିନ୍ତୁ କାହାରିକୁ ଯେପରି କିଛି କ୍ଷତି ହେବନାହିଁ । ସଂସଦରେ ଭୟ ସୃଷ୍ଟି କରିବାକୁ ଏହି ନିଷ୍ପତିି ନିଆଯାଇଥିଲା ଓ ଏହା କରିବା ପାଇଁ ଭଗତ ସିଂ ଓ ବଟକେଶ୍ୱର ଦତ୍ତଙ୍କୁ ବଛାଯାଇଥିଲା । ୮ ଏପ୍ରିଲ ୧୯୨୯କୁ ଦିଲ୍ଲୀ ସଂସଦରେ ବିଲ ବିଷୟରେ ଆଲୋଚନା କରାଯିବା ସମୟରେ ଏକ ଖାଲି ସ୍ଥାନକୁ ବମ୍ ଫୋପାଡି ଭଗତ ସିଂ ଓ ବଟକେଶ୍ୱର ‘ଇନ୍‌କଲାବ ଜିନ୍ଦାବଦ’ର ନାରା ଦେଇଥିଲେ । ସେଠାରେ ତାଙ୍କୁ ଗିରଫ କରାଯାଇଥିଲା ।

ତେବେ ବମ ବ୍ଲାଷ୍ଟ ପାଇଁ ବଟ୍ଟକେଶ୍ୱର ଦତ୍ତଙ୍କୁ ଆଜୀବନ କରାଦଣ୍ଡ ଓ ଭଗତ ସିଂ, ରାଜଗୁର, ସୁଖଦେବଙ୍କୁ ସଣ୍ଡରସଙ୍କ ହତ୍ୟା ଓ ଦେଶଦ୍ରୋହ ପାଇଁ ପାଇଁ ଫାସୀ ଦଣ୍ଡ ଶୁଣାଯାଇଥିଲା ।

୭ ଅକ୍ଟୋବର ୧୯୩୦କୁ ଫାସୀଦଣ୍ଡ ଶୁଣାଯାଇଥଇଲା ଓ ୨୪ ମାର୍ଚ୍ଚ ଦିନ ଧାର୍ଯ୍ୟ କରାଯାଇଥିଲା । ତେବେ ଏହି ଦିନକୁ ଇଂରେଜ ମାନଙ୍କର ଡର ପାଇଁ ମଧ୍ୟ ମନେପକାଯାଏ । ଏହି ଡର ପାଇଁ ୩ ଜଣଙ୍କୁ ୧୨ ଘଣ୍ଟାଣ୍ଟ ପୁର୍ବରୁ ଫାସୀ ଦିଆଯାଇଥିଲା । ଫାସୀକୁ ନେଇ ସାରା ଦେଶରେ ପ୍ରଦର୍ଶନ ଓ ବିରୋଧ ଜାରି ଥିଲା ।ଏହା ଦେଖି ଇଂରେଜ ସରକାର ମଧ୍ୟ ଡରି ଯାଇଥିଲେ ଓ ୧୧ ଘଣ୍ଟ ପୁର୍ବରୁ ଏହି ୩ ଜଣଙ୍କୁ ଫାସୀ ଦିଆଗଲା ।

କୁହାଯାଏ ଏହି ଫାସୀରେ ଭଗତ ସିଂ ଖୁସିଥିଲେ । ସେ ଚାହୁଁଥିଲେ , ଜଣେ ଯୁବକ ହସି ହସି ଫାସୀରେ ଚଢିବା ଦ୍ୱାରା ଦେଶରେ ଯୁବକ ଗୋଷ୍ଠୀ ମାନଙ୍କୁ ପ୍ରୋତ୍ସାହନ ମିଳିବ , ଜୋଶ ମିଳିବ । ସେମାନଙ୍କୁ କ୍ରୋଧ ଆସିବ ଓ ସେମାନେ ଭାରତ ମାତର ସ୍ୱାଧିନତା ପାଇଁ ଆଗକୁ ଆସିବେ । ସେଥିପାଇଁ ସେ ହସି ହସି ଫାସୀରେ ଚଢିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking