31.1 C
Bhubaneswar
Friday, March 29, 2024
Homeଅପରାଧଯୌତୁକ ଦାବିରେ ନିର୍ଯାତନା: ସ୍ୱାମୀ ଗିରଫ

ଯୌତୁକ ଦାବିରେ ନିର୍ଯାତନା: ସ୍ୱାମୀ ଗିରଫ

ବ୍ରହ୍ମପୁର: ସ୍ତ୍ରୀକୁ ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗରେ ସଦର ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ କଲିକତାର ଆରଏନ୍‌ଟି ପଥରର ପ୍ରସାଦ ପାତ୍ର(୩୫) ବୋଲି ପୁଲିସ କହିଛି । ଅଭିଯୁକ୍ତ ପ୍ରସାଦଙ୍କୁ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ପୁଲିସ କହିଛି । ସୂଚନାଯୋଗ୍ୟ ଯେ, ଗତ ୨୦୧୫ ମସିହାରେ ସଦର ଥାନା ଅନ୍ତର୍ଗତ ଟିକରପଡ଼ା ଗ୍ରାମର ଯୁଗୀ ପାତ୍ରଙ୍କ ଝିଅ ସାଗରିକା ପାତ୍ରଙ୍କୁ କଲିକତାର ପ୍ରସାଦ ପାତ୍ର ବିବାହ କରିଥିଲେ। ପ୍ରସାଦ ଜଣେ ସେନା କର୍ମଚାରୀ ଅଟନ୍ତି । ବିବାହ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ସାଗରିକାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ଅଧିକ ଯୌତୁକ ଦାବି କରିଥିଲେ ।

ତେବେ ସାଗରିକାଙ୍କ ବାପ ଘର ଲୋକ ଯୌତୁକ ନଦେବାରୁ ଶ୍ୱଶୁର ଘର ଲୋକ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏହା ସହିନପାରି ସାଗରିକା ତାଙ୍କ ବାପା ଘରକୁ ଚାଲିଯାଇଥିଲେ । ଗତ ଶୁକ୍ରବାର ଦିନ ପ୍ରସାଦ ପାତ୍ର ଓ ତାଙ୍କ ବାପା ହେମନ୍ତ ସାଗରିକାଙ୍କ ବାପା ଘର ଟିକରପଡା ଗ୍ରାମରେ ପହଞ୍ôଚବା ସହ ତାଙ୍କ ବାପାଙ୍କୁ ଗାଳି ଗୁଲଜ କରିଥିଲେ । ଏହା ସହ ସେମାନେ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ନେଇ ସାଗରିକା ସଦର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ପୁଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ପ୍ରସାଦ ପାତ୍ରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking