28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗକୋଭିଡ ସେଣ୍ଟରରେ ଡାକ୍ତରଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନା ଘଟଣା : ସରକାର ଦେଲେ ତଦନ୍ତ...

କୋଭିଡ ସେଣ୍ଟରରେ ଡାକ୍ତରଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନା ଘଟଣା : ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ, ତଦନ୍ତ କରିବ ଡିଏମଇଟି

ବଲାଙ୍ଗିର,(ଦେବାଶିଷ ମିଶ୍ର)- ବଲାଙ୍ଗିର ସହର ଉପକଣ୍ଟ ରେ ଥିବା କୋଭିଡ କେଆର ସେଣ୍ଟରରେ ଜନୈକ ଆୟୁଷ ଡାକ୍ତରଙ୍କ ଦବାରା ଘଟିଯାଇଥିବା ଯୌନ ନିର୍ଯ୍ୟାତନା ଘଟଣା ଅଜକୁ ତିନି ମାସ ବିତି ଯାଇଛି । ସହରର ଜୈନିକ ଦଳିତ ମହିଳା ଏହି ଘଟଣାର ପିଡିତା । ସେହି ସମୟରେ କରୋନା ସଂକ୍ରମଣ ଶିଖର ସ୍ତରରେ ଥିବା ବେଳେ ଆୟୁଷ ଡାକ୍ତର ଜଣକ ମଧ୍ୟରାତ୍ରରେ ପିଡିତ ମହିଳା କରୋନା ରୋଗୀଙ୍କୁ ଯୌନ ନିର୍ଯ୍ୟାତନା ଦେବାର ଅଭିଯୋଗ ହୋଇଥିଲ। । ଘଟଣା ସମୟରେ ପିଡିତା ଭୟରେ ଚିତ୍କାର କରିବାରୁ ସେଠାରେ ଚିକିତ୍ସାଧୀନ ଥିବା ଅନ୍ୟ କରୋନା ରୋଗୀର ସଂପର୍କିୟ ମାନେ ଡାକ୍ତରଙ୍କୁ ବେସ ଉତ୍ତମ ମଧ୍ୟମ ଦେଇଥିଲେ । ସେହି ସମୟରେ ଏହି ଘଟଣା ବଲାଙ୍ଗିର ଚର୍ଚ୍ଚାର ବିଷୟ ହେବା ସହ କରୋନା ପିଡିତା ମହିଳା ରୋଗିମାନଙକ ଭିତରେ ଭୟ ସଂଚାର କରିଥିଲା । ସେହି ଘଟଣାର ଦୋଷିକୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ସବୁ ଆଡୁ ଦାବୀ ହୋଇଥିଲା । ଗତ କାଲି ରାଜ୍ୟ ସରକାର ଏହି ଘଟଣାତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ସ୍ତରରେ ଜିଲ୍ଲା ପୋଲିସ ତଥା ଜିଲ୍ଲା ଚିକିତ୍ସା ଅଧିକାରୀ ଏହି ଘଟଣାକୁ ଚପାଇ ଦେବା ଉଦ୍ୟମ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ତଥା ଅନୁସନ୍ଧାନ (ଡିଏମଇଟି) ରାଜ୍ୟ ସ୍ୱାସ୍ଥ୍ୟ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ କରିବେ ବୋଲି ରାଜ୍ୟ ସରକାର ନିଦ୍ଦେର୍ଶ ଦେଇଛନ୍ତିା ଏଟାରେ ସୂଚନା ଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ଘଟି ଯାଇଥିବା ଏହି ଚାଞ୍ଚଲ୍ୟକର ଘଟଣାକୁ ଦବାଇ ଦେବା ପାଇଁ ବଲାଙ୍ଗିର ପୋଲିସ ଅଧିକାରୀ ପିଡିତାଙ୍କ ଠାରୁ ଏପରି କିଛି ଘଟି ନାହିଁ ବୋଲି ଲେଖାଇ ନେଇଥିଲେ । ଏପରିକି ପୋଲିସ ଘଟନା ସ୍ଥଳରେ ପହଞ୍ଚି ସଂପୃକ୍ତ ଡାକ୍ତରଙ୍କୁ ଥାନାକୁ ଆଣିଥିଲ।। କିନ୍ତୁ କିଛି ପ୍ରଭାବଶାଳି ଲୋକଙ୍କ ଚାପରେ ସଂପୃକ୍ତ ଡାକ୍ତରଙ୍କୁ ଥାନାରୁ ଛାଡି ଦେବା ସହ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତରଙ୍କୁ କେବଳ ସାଧାରଣ ବଦଳି କରି ମାମଲା ରଫା ଦଫା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଭୀନ୍ନ ଖବରକାଗଜ ମାନଙ୍କରେ ଏହାକୁ ନେଇ ବାରମ୍ବାର ତଥ୍ୟ ସହ ଖବର ପରିବେଷଣ ହେବାରୁ ପ୍ରସଙ୍ଗଟି ବଲାଙ୍ଗିର ବିଧାୟକ ନରସିଂହ ମିଶଙ୍କ୍ର ଦ୍ୱାରା ବିଧାନସଭାରେ ଜିଲ୍ଲା ର ଆଇନ ଶୃଙ୍ଖଳା ପରିଶ୍ଥିତି ବିଷୟରେ ଅଲୋଚନା ହେବା ସମୟରେ ଏହି ବିଷୟଟି ଉତ୍ଥାପନ ହୋଇଥିଲା । ଫଳରେ ଆୟୁଷ ଡାକ୍ତରଙ୍କ ଦ୍ୱାରା ହୋଇଥିବା ଏହି ଯୌନ କେଳେଙ୍କାରି ଘଟଣାର ତଦନ୍ତ ପାଇଁ ସରକାର ଗତକାଲି ନିର୍ଦ୍ଦେଶ ଦେଇଛନ୍ତି । ବହୁତ ଶିଘ୍ର ଡଏମଇଟି ର ଏକ ତଦନ୍ତକାରୀ ଦଳ ବଲାଙ୍ଗିର ଆସି ଏହି ଘଟଣାର ଅନୁସନ୍ଧାନ କରିବେ ଘଟନାର ଅଭିଯୁକ୍ତ ତଥା ଏହି ଯୌନ ନିର୍ଯ୍ୟାତନା ଘଟଣାକୁ ଚପାଇ ଦେବା ଉଦ୍ଦେଶ୍ୟରେ ଚାପ ପ୍ରୟୋଗ କରିଥିବା ସମସ୍ତ ସରକାରୀ ଅଧିକାରୀମାନଙ୍କୁ ପଚରା ଉଚୁରା କରି ଘଟଣାର ଦୋଷୀକୁ ଦଣ୍ଡ ଦେବା ବ୍ୟବସ୍ଥା କରିବେ ବୋଲି ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking