26.1 C
Bhubaneswar
Friday, March 29, 2024
Homeଅପରାଧଜେଲଗଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଜେଲଗଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଲଣ୍ଡନ୍: ମହିଳା ହୁଅନ୍ତୁ କିମ୍ବା ଯୁବତୀ ମାନଙ୍କୁ ଅସଦାଚାରଣ , ଦୁର୍ବବ୍ୟବହାର ଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ ଆଳ ଦେଖେଇ କିଏ ଦୁଷ୍କର୍ମ କରୁଛି ତ କିଏ ଦୁର୍ବବ୍ୟହାର କରୁଛି । ଏହିଭଳି ଭାବେ ନାରୀ ମାନଙ୍କୁ ଶୋଷଣ କରାଯାଉଛି । ତେବେ ଏମିତି ଏକ ଘଟଣା ଲଣ୍ଡନରେ ଦେଖିବାକୁ ମିଳିଛି । ଲଣ୍ଡନରେ ଜନୈକ ଯୌନ ବିକାରଗ୍ରସ୍ତ ଭାରତୀୟ ବଂଶୋଦ୍ଭବ ଡାକ୍ତର ଚଳାଇଥିବା କଳାକାରନାମା ଲୋକଲୋଚନକୁ ଆସିବା ପରେ ଏବେ ଲଣ୍ଡନରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଲଣ୍ଡନର ରୋମଫୋର୍ଡ ସ୍ଥିତ ମାଓ୍ଵନେ ମେଡିକାଲ ସେଣ୍ଟରରେ ଡାକ୍ତର ଭାବେ ନିଯୁକ୍ତ ଥିଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର ମନୀଷ ଶାହା । ଡାକ୍ତର ଶାହାଙ୍କ ନିକଟକୁ ଆସୁଥିବା ମହିଳା ଓ ଯୁବତୀ ରୋଗୀମାନଙ୍କୁ ସେ ପ୍ରଥମେ କ୍ୟାନସର ହୋଇଥିବା କହି ଡରାଇ ଦେଉଥିଲେ । ଏହାର ସୁଯୋଗ ନେଇ ଆବଶ୍ୟକ ନଥିବା ପରୀକ୍ଷା କରିବା ଆଳରେ ମହିଳା ଓ ଯୁବତୀ ମାନଙ୍କର ଶରୀରର ବିଭିନ୍ନ ଗୁପ୍ତାଙ୍ଗରେ ହସ୍ତଚାଳନା କରିବା ସହ ନିଜର ଯୌନ ବିକାରକୁ ମେଣ୍ଟାଉଥିଲେ।
ଡାକ୍ତର ଶାହା ବିଗତ ବହୁ ବର୍ଷ ଧରି ଏପରି କରି ଆସୁଥିବା ବେଳେ କୌଣସି ମହିଳା ଓ ଯୁବତୀ ତାଙ୍କ ବିରୋଧରେ କୌଣସି ଅଭିଯୋଗ କରି ନଥିଲେ । ତେବେ ନିକଟରେ ଡାକ୍ତର ଶାହାଙ୍କ ଦ୍ୱାରା ଏପ୍ରକାର ଆଚରଣର ଶିକାର ହୋଇଥିବା ଜଣେ ମହିଳା ତାଙ୍କ ବିରୋଧରେ ଲଣ୍ଡନ ପୁଲିସ୍ ନିକଟରେ ଅଭିଯୋଗ କଲାପରେ ପୁଲିସ୍ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଥିଲା । ତଦନ୍ତ କାଳରେ ଆହୁରି ୨୩ ଜଣ ମହିଳା ଓ ଯୁବତୀ ପୁଲିସ୍ ନିକଟକୁ ଆସି ତାଙ୍କ ବିରୋଧରେ ସମାନ ଧରଣର ଅଭିଯୋଗ କରିଥିଲେ । ସବୁ ଅଭିଯୋଗରେ ସତ୍ୟତା ରହିଥିବା ଜଣାପଡ଼ିବା ପରେ ଲଣ୍ଡନ୍ ପୁଲିସ୍ ତାଙ୍କୁ ଗିରଫ କରିଥିଲା । ଏହି ୫୦ ବର୍ଷ ବୟସ୍କ ଭାରତୀୟ ବଂଶୋଦ୍ଭବ ଡାକ୍ତର ମନୀଷ ଶାହାଙ୍କ ବିରୋଧରେ ମହିଳା ରୋଗୀମାନେ ଆଗତ କରିଥିବା ଅଭିଯୋଗରେ ସତ୍ୟତା ରହିଥିବାର ପ୍ରମାଣ ପାଇବା ପରେ ଲଣ୍ଡନର ଏକ ଅଦାଲତ ଡାକ୍ତର ଶାହାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking