26.7 C
Bhubaneswar
Friday, April 19, 2024
Homeଓଡିଶାକେନ୍ଦ୍ରାପଡା ରେ ପୁଣି ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍

କେନ୍ଦ୍ରାପଡା ରେ ପୁଣି ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍

କେନ୍ଦ୍ରାପଡ଼ା : ବ୍ୟକ୍ତିଗତ ବିବାଦରୁ ଜଣେ ନାବାଳିକା ଛାତ୍ରୀଙ୍କ ନଗ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବ୍ୟକ୍ତିଗତ ବିବାଦରେ ମୁଣ୍ଡା ପୂରାଇ ଅପରପକ୍ଷକୁ ସହଯୋଗ କରିବାକୁ ଜଣେ ବଙ୍ଗାଳି ମିସ୍ତ୍ରୀଙ୍କ ଜରିଆରେ ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ ହୋଇଥିବା ସୂଚନା ମିଳିଛି । ଏପରି କରି ନାବାଳିକା ଝିଅ ଓ ତାଙ୍କ ପରିବାରକୁ ବଦନାମ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବଙ୍ଗାଳି ମିସ୍ତ୍ରୀଙ୍କ ଦୁଇ ସାନଭାଇ ପ୍ରତିପକ୍ଷଙ୍କ ପ୍ରରୋଚନାରେ ଏପରି କରିଥିବା ଅଭିଯୋଗ ଉଠିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳରେ ସନ୍‌(ଛଦ୍ମନାମ) ନାମକ ଜଣେ ବ୍ୟକ୍ତି ସପରିବାର ବସବାସ କରିଆସୁଛନ୍ତି । ତାଙ୍କ ଘର ନିର୍ମାଣ ନିମନ୍ତେ ଠିକା ନେଇଥିବା ବଙ୍ଗାଳି ଠିକାଦାର ସେକ୍‌ ମିଲନ ଗତ ୪ବର୍ଷ ହେବ ତାଙ୍କ ଘରେ ରହି ସେହି ଗ୍ରାମର ବିଭିନ୍ନ ଲୋକଙ୍କ ଗୃହ ନିର୍ମାଣ କରୁଥିଲେ । ସୂର୍ଯ୍ୟଙ୍କ ଘରେ ରହିବା ମଧ୍ୟରେ ସମ୍ପୃକ୍ତ ଠିକାଦାରଙ୍କ ସହ ତାଙ୍କ ପରିବାରର ଘନିଷ୍ଠତା ବଢ଼ିଥିଲା । ଯାହାର ସୁଯୋଗ ନେଇଥିଲେ ବଙ୍ଗାଳି ଠିକାଦାର ମିଲନ । ସୂର୍ଯ୍ୟଙ୍କ ନାବାଳିକା ଝିଅଙ୍କ ସହ ମିଳାମିଶା କରିବା ମଧ୍ୟରେ ମିଲନ ତାଙ୍କୁ ପ୍ରଭାବିତ କରିଥିଲେ । ଭିଡିଓ କଲିଂ ବେଳେ ତାଙ୍କର ବିବସ୍ତ୍ର ସମୟର ଫଟୋକୁ ସ୍କ୍ରିନ ସଟ୍‌ କରି ରଖିଦେଇଥିଲେ ।ପରବର୍ତ୍ତୀ ସମୟରେ ସେହି ଫଟୋକୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ନାବାଳିକାଙ୍କ ପରିବାର କିଛି ଜାଣି ନଥିବା ବେଳେ ତାଙ୍କ ପଡ଼ୋଶୀ ସରୋଜ(ଛଦ୍ମନାମ)ଙ୍କ ଗୃହ ନିର୍ମାଣ ବେଳେ ଜମିବାଡିକୁ ନେଇ ଉଭୟ ପରିବାର ମଧ୍ୟରେ କଳହ ଲାଗିବାରୁ ନାବାଳିକାଙ୍କ ବିବସ୍ତ୍ର ଫଟୋ ଭାଇରାଲ କଥା ପଦାକୁ ଆସିଲା । ସେହି ସମୟରେ ସରୋଜଙ୍କ ପତ୍ନୀ ସୂର୍ଯ୍ୟଙ୍କ ପତ୍ନୀଙ୍କୁ ଧମକ ଦେଇ ସେ ଭି ଡିଓ ଭାଇରାଲ କରି ତାଙ୍କ ଝିଅକୁ ବଦନାମ କରିଦେବେ ବୋଲି କହିଥିଲେ । ପରେ ବିଭିନ୍ନ ଅଜଣା ମୋବାଇଲ ନମ୍ବରରୁ ସୂର୍ଯ୍ୟଙ୍କ ମୋବାଇଲକୁ ଫୋନ୍‌ ଆସିବାକୁ ଲାଗିଲା । ତାଙ୍କ ନାବାଳିକା ଝିଅର ଫଟୋ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଠିକାଦାରଙ୍କର ୨ ସାନଭାଇ ଆସି ସୂର୍ଯ୍ୟଙ୍କ ପଡୋଶୀ ସରୋଜଙ୍କ ଘରେ ରହିବା ସହ ସରୋଜ ଓ ତାଙ୍କ ପତ୍ନୀଙ୍କ ସହ ମିଶି ଏଭଳି କାର୍ଯ୍ୟ କରିଥିବା ଏତଲାରେ ଦର୍ଶାଯାଇଛି । ୟେ ନେ଼ଇ କେନ୍ଦ୍ରାପଡ଼ା ସଦର ଥାନା ରେ FIR ଦେଲା ପରେ ବି କିଛି ବି କାର୍ଯାନୁଷ୍ଠାନ ନିଆଯାଇନାହିଁ କଣ ପାଇଁ ପୋଲିସ ଚୁପ୍ ରହୁଛି ୟା ପଛର ରହସ୍ୟ କଣ ହୋଇପାରେ ପୋଲିସ୍ କାହା ଚାପରେ ରହି କାର୍ଯାନୁଷ୍ଠାନ ନେଉନାହିଁ କଣ ଅଭିଯୋଗକାରୀଙ୍କୁ ନ୍ୟାୟ ମିଳିବନି l କଣ ଦୋଷୀ ୟେଇଭାଳି ଭାବରେ ତାର କାୟା ବିସ୍ତାର କରିଚାଲୁଥିବ l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking