30.1 C
Bhubaneswar
Wednesday, April 24, 2024
Homeଅପରାଧଖପ୍ରାଖୋଲ ଅଞ୍ଚଳରେ ସେକ୍ସ ରାକେଟ ଠାବ : ଜଣେ ଯୁବତୀ ଉଦ୍ଧାର, ଗ୍ରାହକ,ଦଲାଲ ଗିରଫ

ଖପ୍ରାଖୋଲ ଅଞ୍ଚଳରେ ସେକ୍ସ ରାକେଟ ଠାବ : ଜଣେ ଯୁବତୀ ଉଦ୍ଧାର, ଗ୍ରାହକ,ଦଲାଲ ଗିରଫ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଅର୍ନ୍ତଗତ ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ଦୀର୍ଘ ଦିନ ହେଲା ସେକ୍ସ ରାକେଟ ଚାଲିଥିବା ଖବରପାଇ ଗୁରୁବାର ବିଳମ୍ବିତ ରାତିରେ ପୁଲିସ ଚଢ଼ଉ କରିଥିଲା । ସେଠାରୁ ଜଣେ ଯୁବତୀକୁ ଉଦ୍ଧାର କରିଥିବାବେଳେ ଏଥିରେ ସମ୍ପୃକ୍ତ ଦଲାଲ ଓ ଜଣେ ଗ୍ରାହକକୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ପାଟିମାଲ ନିକଟ ଜମି ମଝିରେ ଥିବା ନିଛାଟିଆ ଖଳା ପାଖରେ ଅନୈତିକ ସେକ୍ସ ରାକେଟ ଚାଲିଥିବା ନେଇ କୌଣସି ସୂତ୍ରରୁ ପୁଲିସ୍ ଖବରପାଇଥିଲା । ପରେ ଥାନା ଏସ୍‌ଆଇ ପଞ୍ଚାନନ ନେଗୀଙ୍କ ନେତୃତ୍ୱରେ ଚଢ଼ଉ କରିଥିବାବେଳେ ଅସଞ୍ଜତ ଅବସ୍ଥାରେ ଘଟଣାସ୍ଥଳରୁ ଜଣେ ସମ୍ବଲପୁର ଅଞ୍ଚଳର ଯୁବତୀ (୧୯)ଙ୍କୁ ଉଦ୍ଧାର କରିବାସହ ସେକ୍ସ ରାକେଟର ଦଲାଲ ମାଲପଡ଼ା ଗାଁର ଉମେଶ ସାହୁ(୩୫) ଓ ଗ୍ରାହକ ବେଲପଡ଼ା ଥାନା ଯୁବା ଗାଁର ବୁଡୁ ମେହେର(୪୦)କୁ ଘଟଣାସ୍ଥଳରୁ ଗିରଫ କରିଥିବା ପୁଲିସ୍ ସୂତ୍ରରୁ ଜଣାଯାଇଛି । ଏ ନେଇ ଖପ୍ରାଖୋଲ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଆଇଆଇସି ଜ୍ୟୋତିରଞ୍ଜନ ପତି ପ୍ରକାଶ କରିଛନ୍ତି । ସମସ୍ତଙ୍କ ଡାକ୍ତରୀ ପରୀକ୍ଷା ସହ ଉଭୟ ଦଲାଲ ଓ ଗ୍ରାହକଙ୍କୁ ପୁଲିସ୍ କୋର୍ଟଚାଲାଣ କରିଥିବାବେଳେ ଯୁବତୀକୁ ବଲାଙ୍ଗିର ସ୍ୱଧାର ଗୃହକୁ ପଠାଯାଇଛି । ଖପ୍ରାଖୋଲ ଅଞ୍ଚଳରେ ସେକ୍ସ ରାକେଟ କାରବାର ବିଭିନ୍ନ ସମୟରେ ଚାଲୁଥିବା ପୁଲିସ୍ ପାଖରେ ସୂଚନା ଥିବାବେଳେ ଶେଷରେ ରାକେଟ ଠାବ କରି ସଫଳତା ପାଇଥିଲେ ବି ଏହି କାରବାରର ଚେର କେତେ ଦୂର ଲମ୍ବିଛି ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାକୁ ଠାବ କରିବା ପାଇଁ ପୁଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking