ପ୍ରବଳ ଖରା : ଦିନ ସାଢେ ୧୧ଟାରେ ରାଜଧାନୀର ତାପମାତ୍ରା ୪୧ ଡିଗ୍ରୀ

ଭୁବନେଶ୍ୱର : ଉପରମୁହାଁ ପାରଦ। ଶନିବାର ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୧ ଟପିଲା। ଭୁବନେଶ୍ୱରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାର ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦୁଝର ୪୦.୬, ବାଲେଶ୍ୱର ୪୦.୧, ସମ୍ବଲପୁର ୪୦, ଚାନ୍ଦବାଲି ୩୯.୬, ହୀରାକୁଦ ୩୯, ରାଉରକେଲା ୩୮.୬, ଗୋପାଳପୁର ୩୪.୪, ପୁରୀ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି।