26.1 C
Bhubaneswar
Friday, March 29, 2024
Homeଓଡିଶାଦୁର୍ବୁତ୍ତଙ୍କ ଉନ୍ମତ୍ତକାଣ୍ଡ, ଜାଳିଦେଲେ ପାର୍କିଙ୍ଗରେ ଥିବା ୭ଟି କାର୍

ଦୁର୍ବୁତ୍ତଙ୍କ ଉନ୍ମତ୍ତକାଣ୍ଡ, ଜାଳିଦେଲେ ପାର୍କିଙ୍ଗରେ ଥିବା ୭ଟି କାର୍

ଗଜପତି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଅଜଣା ଦୁର୍ବୁତ୍ତଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ୭ଟି କାର ଜଳିଯାଇଥିବା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ସ୍ଥିତ ଟାଉନହଲ କାର ପାର୍କିଙ୍ଗରେ। ବିଳମ୍ବିତ ରାତ୍ର କିମ୍ବା ଆଜି ଭୋରରୁ କେହି ଅଜଣା ଦୁର୍ବୁତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ଅଗ୍ନି ସଂସ୍ପର୍ଶରେ ଆସି ୭ଟି କାର୍ ପୋଡି ଯାଇଥିବାବେଳେ ସେଥିରୁ ୪ଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ଅନ୍ଯ ୩ଟି କାର୍ ସାମାନ୍ୟ ପୋଡିଯିବା ସହ ଭଙ୍ଗାରୁଜା କରାଯାଇଥିବା ଦେଖିବାକୁ ମିଳିଛି । ନିଆଁ କିଏ କାହିଁକି ଲଗାଇଲା ଅସ୍ପଷ୍ଟ ରହିଥିବା ବେଳେ ପାରଳାଖେମୁଣ୍ଡିରେ ଏପରି ଘଟଣା ପ୍ରଥମ ଘଟିଛି।

ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ, ୩ ଗୁରୁତର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking