ବିଧାନସଭାରେ ୭ଟି ବିଲ୍ ଉପସ୍ଥାପିତ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ସାମାଜିକ ଦୂରତା ଓ କରୋନା କଟକଣା ମାନି ପ୍ରଥମ ଦିନରେ ବସିଛି ଗୃହ। ବିଧାନସଭାରେ ୮୫ ଓ ଗୃହ ବାହାରେ ୯ ସଦସ୍ୟଙ୍କୁ ମିଶାଇ ମୋଟ୍ ୯୪ ଜଣ ଆଜି ପ୍ରଥମ ଦିନରେ ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି। ବିଧାନସଭାର ପ୍ରଥମ ଦିନରେ ଉପସ୍ଥାପିତ ହୋଇଛି ୭ଟି ବିଲ୍ । ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ମଧ୍ୟ ଉପସ୍ଥାପିତ ହୋଇଛି । କିନ୍ତୁ ବିଲ ଉପସ୍ଥାପନକୁ କଂଗ୍ରେସ ବିଧାୟକ ଦଳର ନେତାମାନେ ବିରୋଧ କରିଛନ୍ତି । କରୋନା ବେଳେ ତରବରିଆ ଭାବେ ବିଲ୍ ପାରିତ କରିବାକୁ ଚାହୁଁଛନ୍ତି ବୋଲି ବିରୋଧୀ କହିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ, ‘ସୀମିତ ଭାବେ କାହିଁକି ବିଲ୍ ପାରିତ କରିବାକୁ ଚାହିଁଛନ୍ତି? ବିଲ ଆଣିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ।’ ବିଲ ପାରିତ ବେଳେ ଡିଭିଜନ ହେଉ ବୋଲି ନରସିଂହ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here