40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବିଜେପି ତରଫରୁ ସେବା ସପ୍ତାହ ପାଳିତ

ବିଜେପି ତରଫରୁ ସେବା ସପ୍ତାହ ପାଳିତ

ଢେଙ୍କାନାଳ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୦ ତମ ଜନ୍ମଦିନକୁ ସେବା ସପ୍ତାହ ରୂପେ ପାଳିତ ହେଉଛି । ଏହି ଅବସରରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିବସ ଉପଲକ୍ଷେ ସେବା ସପ୍ତାହ ପାଳନ କରାଯାଉଛି । ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସେବା ସପ୍ତାହ ପାଳିତ ହେବ । ସେହି ପରିପ୍ରେକ୍ଷୀରେ ଆଜି ଗନ୍ଦିଆ ସରସ୍ବତୀ ଶିଶୁମନ୍ଦିର ଠାରେ ଏକ ବୃହତ୍ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମୋଟ 86 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବେଜେପି ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ରକ୍ତଦାତା ମାନକୁ ସେବା ମାନପତ୍ର ପ୍ରଦାନ କରିଥିଲେ,ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ଲେଙ୍କା , ଉପସଭାପତି ରତିକାନ୍ତ ସାହୁ,ଜିଲ୍ଲା ମିଡ଼ିଆ ସେଲ ପ୍ରଭାରୀ ନବକିଶୋର ଗୁରୁ ଙ୍କ ସହଯୋଗରେ ଏହି ମହତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏହି ସେବା ସପ୍ତାହ ବ୍ୟାପି ନୁହେଁ ବରଂ ବର୍ଷ ତମାମ ଲାଗିରହିବ ବୋଲି କହିଛନ୍ତି । ଉନ୍ନତି ମୂଳକ କାର୍ଯ୍ୟକ୍ରମ କରି ସେବା କୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଦଳୀୟ କାର୍ଯ୍ୟକର୍ତ୍ତା । ନିର୍ବାଚନ ମଣ୍ଡଳିଳ ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking