ନୂଆଦିଲ୍ଲୀ: ଯେମିତିକି ଆପଣ ସମସ୍ତେ ଜାଣନ୍ତି ଭାରତରେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଦୁଇଟି ଭ୍ୟାକ୍ସିନକୁ ଜରୁରୀକାଳିନୀ ବ୍ୟବହାର ପାଇଁ ଅନୁମତି ମିଳିଛି । ପ୍ରଥମଟି ହେଲା କୋଭିସିଲ୍ଡ ଓ ଅନ୍ୟଟି ହେଲା କୋଭାକ୍ସିନ । ଅକ୍ସଫୋର୍ଡ ଅଷ୍ଟ୍ରଜେନେକାର କୋଭିସିଲ୍ଡ ଟିକାର ଉତ୍ପାଦନ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କରୁଛି । ସେମର ଇନଷ୍ଟିଚ୍ୟୁଟକୁ ଦୁନିଆର ସବୁଠୁ ବଡ ଭ୍ୟାକ୍ସିନ ଫ୍ୟାକ୍ଟ୍ରି ବି କୁହାଯାଏ । ପୁନେସ୍ଥିତ ସେରମ ଫ୍ୟାକ୍ଟ୍ରିର ନିର୍ମାଣ ୧୯୬୬ରେ ହୋଇଥିଲା । ପ୍ରତିଦ୍ୱନ୍ଦୀ ଫାଇଜର ବାୟୋଟେକ ଟିକା ପରି କୋଭିସିଲ୍ଡକୁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ଶୀତରେ ସଂରକ୍ଷଣ କରାଯାଇ ପରିବହନ କରା ଯାଇପାରିବ । ଫାଇଜର ଟିକା ତୁଳନାରେ ଏହା ଶସ୍ତା । ଏହି କାରଣରୁ ଅନ୍ୟଦେଶମାନେ ଭାରତରେ ନିର୍ମିତ ଟିକା ଉପରେ ଭରଷା କରୁଛନ୍ତି ଏବଂ ଏହାର ଦାବି କରୁଛନ୍ତି । କରୋନା ମହାମାରୀ ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଦୁନିଆରେ ନିଜ ତାକତ ଦେଖାଇସାରିଛି । ଏକ ବର୍ଷରେ ପୋଲିଏ ସମେତ ଅନ୍ୟ ରୋଗରୁ ରକ୍ଷା ପାଇବା ପାଇଁ ୧.୫ ବିଲିୟନ ଟିକା ପ୍ରସ୍ତୁତ କରି ସେରମ ସାରା ଦୁନିଆରେ ନିଜ ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପୁନାୱାଲା ପରିବାର ହେଉଛନ୍ତି ଏହି ଫାର୍ମର ମାଲିକ ଅଟନ୍ତି । ପ୍ରାଣୀ ଚିକିତ୍ସକ ସହିତ କଥାବାର୍ତା ପୂର୍ବରୁ ଏହା ହୃଦୟଙ୍ଗମ ହୋଇଥିଲା ଯେ, ପଶୁଙ୍କ ଠାରୁ ବାହାରୁଥିବା ଆଣ୍ଟି ଟକ୍ସିନ ସୀରମର ବ୍ୟବହାର ଟିକା ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇପାରିବ । ପରେ ଧିରେ ଧିରେ ଶସ୍ତା ଓ ପ୍ରଭାବଶାଳୀ ଓଷଧ ପ୍ରସ୍ତୁତ କରି ସେରମ ଇନଷ୍ଟିଚ୍ୟୁଟ ବଜାରରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା । କମ୍ପାନୀ ସିଇଓ ଅଦାର ପୁନାୱାଲା ପୁନେ କ୍ୟାମ୍ପସ କୁ ଅଧିକ ବଡ ଓ ଅତ୍ୟାଧୁନିକ ବନାଇବା ପାଇଁ ବର୍ଷରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୯-୨୦ରେ କମ୍ପାନୀ ର ରାଜସ୍ୱ ୮୦୦ ମିଲିୟନ ଡଲାରରୁ ଅଧିକ ଥିଲା । ପୁନେ କ୍ୟାମ୍ପସରେ ଅନେକ ବିଲ୍ଡିଂ ରହିଛି । ଯେଉଁଠାରେ ଭ୍ୟାକ୍ସିନ ଉପରେ ଗବେଷଣା ଓ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି । ଅଦାର ପୁନାୱାଲା କହିଥିଲେ ଯେ, ସେ ଭାରତୀୟ ବଜାର ପାଇଁ କୋଭିସିଲ୍ଡର ୫୦ ପ୍ରତିଶତ ଷ୍ଟକ ରିଜର୍ଭ କରିଛନ୍ତି । ଅନ୍ୟ ଦେଶକୁ ବି ଟିକା ଯୋଗାଇ ଦିଆଯିବ । ସେରମ ଇନଷ୍ଟିଚ୍ୟୁଟ କୋଭ୍ୟାକ୍ସକୁ ୨୦୦ ମିଲିୟନ ଡୋଜ୍ ଦେବା ପାଇଁ ବି ପ୍ରସ୍ତୁତ ହେଉଛି ।